www.samajalive.in
Friday, December 12, 2025
14.1 C
Bhubaneswar

ଗୁଜରାଟଠାରୁ ମ୍ୟାଚ ଛଡ଼ାଇନେଲା ମୁମ୍ବଇ

ମୁମ୍ବଇ : କ୍ରମାଗତ ୮ଟି ମ୍ୟାଚ ପରାଜିତ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିଛି। ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ୫୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୫ରନରେ ଗୁଜୁରାଟ ଟାଇଟାନ୍‌ସକୁ ପରାସ୍ତ କରି ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଗୁଜରାଟ ଟାଇଟାନ୍‌ସ ୩ୟ ପରାଜୟ ସହ ଶୀର୍ଷରେ ରହିଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସ ୧୦ତମ ମ୍ୟାଚରୁ ଦ୍ବିତୀୟ ବିଜୟ ହାସଲ କରିଛି।
ମୁମ୍ବଇ ଇଣ୍ଡିଆନ୍‌ସ ରୋହିତ ଶର୍ମା, ଇଷନ କିଷନ ଓ ଟିମ୍‌ ଡେଭିଡ୍‌ଙ୍କ ଉପଯୋଗୀ ଇନିଂସ ବଳରେ ୧୭୭ରନ କରିଥିଲା। ଜବାବରେ ଗୁଜରାଟ ଟାଇଟାନ୍‌ସ ଦୁଇ ଓପନର ଶୁବମାନ ଗିଲ୍‌ ଓ ରିଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୫ ୱିକେଟ ହରାଇ ୧୭୨ରନ କରିବାକୁ ସକ୍ଷମ ହୋଇଥିଲା।
୧୭୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗୁଜରାଟର ଦୁଇ ଓପନର ଶୁବମାନ ଗିଲ୍‌ ଓ ରିଦ୍ଧିମାନ ସାହା ୬ ଓଭରରୁ ୫୪ରନ କରି ବିଜୟର ମୂଳଦୁଆ ପକାଇଥିଲେ। ଉଭୟେ ପ୍ରଥମ ୱିକେଟରେ ୧୨.୧ ଓଭରରୁ ୧୦୬ରନ ସଂଗ୍ରହ କରିଥିଲେ। ଗିଲ୍‌ ୩୬ଟି ବଲରୁ ୨ଟି ଛକା ଓ ୬ଟି ଚୌକା ସହ ୫୨ରନ କରି ଆଉଟ୍‌ ହୋଇଥିଲେ। ୧୧୧ରନ ସ୍କୋରରେ ଗୁଜରାଟ ଦ୍ବିତୀୟ ୱିକେଟ ହରାଇଥିଲା। ରିଦ୍ଧିମାନ ୪୦ଟି ବଲରୁ ୨ଟି ଛକା ଓ ୬ଟି ଚୌକା ସହ ୫୫ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ୨୭ରନ ସଂଗ୍ରହ କରିଥିଲେ। ସୁଦର୍ଶନ ୧୪ରନ କରି ଆଉଟ୍‌ ହୋଇଥିଲେ। ହାର୍ଦିକ ୧୪ଟି ବଲରୁ ୨୪ରନ କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରେ ଗୁଜରାଟକୁ ବିଜୟ ପାଇଁ ୯ରନ ଆବଶ୍ୟକ ଥିଲା। ଡାନିଏଲ ସାମ୍‌ସ ଚମତ୍କାର ବୋଲିଂ କରି ମାତ୍ର ୩ରନ ବ୍ୟୟ କରିଥିଲେ। ଶେଷ ଦୁଇ ବଲରୁ ବିଜୟ ପାଇଁ ୬ରନ ଆବଶ୍ୟକ ଥିବାବେଳେ ମିଲର କୌଣସି ରନ ସଂଗ୍ରହ କରିପାରିନଥିଲେ। ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ରନ କରିବାକୁ ସକ୍ଷମ ହୋଇଥିଲା। ମିଲର ୧୯ରନ କରି ଅପରାଜିତ ରହିଥିଲେ। ମୁମ୍ବଇ ପକ୍ଷରୁ ମୁରୁଗାନ ଅଶ୍ବିନ ୨ଟି ୱିକେଟ ନେଇଥିଲେ।
ଗୁଜରାଟ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବଇର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଇଷାନ କିଶନ ପ୍ରଥମ ୱିକେଟରେ ୭.୩ ଓଭରରୁ ୭୪ରନ ସଂଗ୍ରହ କରିଥିଲେ। ରୋହିତ ୨୮ଟି ବଲରୁ ୫ଟି ଚୌକା ଓ ୨ଟି ଛକା ସହ ୪୩ରନ କରି ଆଉଟ୍‌ ହୋଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ବଡ ପାଳି ଖେଳିବାରେ ବିଫଳ ହୋଇଥିଲେ। ସ୍କୋର ୯୯ରନ ସ୍କୋର ଥିବାବେଳେ ସୂର୍ଯ୍ୟକୁମାର ୧୩ରନ କରି ଆଉଟ୍‌ ହୋଇଥିଲେ। ୧୧୧ରନରେ ମୁମ୍ବଇ ତୃତୀୟ ୱିକେଟ ହରାଇଥିଲା। ଇଷାନ ୧୨ ଓଭର ପର୍ଯ୍ୟନ୍ତ କ୍ରିଜରେ ରହି ୨୯ଟି ବଲରୁ ୫ଟି ଚୌକା ଓ ୧ଟି ଛକା ସହ ୪୫ରନ କରି ଆଉଟ୍‌ ହୋଇଥିଲେ। କିରଣ ପୋଲାର୍ଡ ମଧ୍ୟ ୪ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ତିଲକ ବର୍ମାଙ୍କ ୧୬ ବଲରୁ ୨୧ ଓ ଟିମ୍‌ ଡେଭିଡ୍‌ଙ୍କ ୨୧ଟି ବଲରୁ ୪ଟି ଛକା ଓ ୨ଟି ଚୌକା ସହ ଅପରାଜିତ ୪୪ରନ ବଳରେ ମୁମ୍ବଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୭ରନ କରିଥିଲା।
ଗୁଜରାଟ ପକ୍ଷରୁ ରସିଦ ଖାନ ୨ଟି ୱିକେଟ ନେଇଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories