www.samajalive.in
Sunday, December 7, 2025
26.1 C
Bhubaneswar

ପୁରୁଷ ପ୍ରୋ ଲିଗ୍‌ ହକି: ସ୍ପେନ୍‌ଠାରୁ ହାରିଲା ଭାରତ

କଟକ : ଭାରତ ଏଫଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୪-୨୫ରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପ୍ଲେକ୍ସରେ ଆୟୋଜିତ ମ୍ୟାଚରେ ଭାରତ ୧-୩ ଗୋଲରେ ସ୍ପେନ ନିକଟରୁ ପରାଜିତ ହୋଇଛି। ଏହି ବିଜୟ ସହ ସ୍ପେନ ୩ ପଏଣ୍ଟ ପାଇଛି। ରବିବାର ଭାରତ ଓ ସ୍ପେନ ମଧ୍ୟରେ ଦ୍ବିତୀୟ ଚରଣ ମ୍ୟାଚ ଖେଳାଯିବ।

୪ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ପ୍ରଥମ୍ କ୍ବାଟର ଗୋଲଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୭ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ ସିଂହ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତ ଗୋଟିଏ ଗୋଲରେ ଆଗୁଆ ରହିବା ପରେ ସ୍ପେନ ମ୍ୟାଚକୁ ବରାବର କରିବାକୁ ଉଦ୍ୟମ କରିଥିଲା। ୨୮ ମିନିଟ୍‌ରେ ସ୍ପେନ ଗୋଲ ବରାବର କରି ନେଇଥିଲା। ଲାସେଲ ବୋରଜ୍‌ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ।

- Advertisement -

ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ସ୍କୋର ୧-୧ ବରାବର ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୮ ତମ ମିନିଟ୍‌ରେ ସ୍ପେନ ଦ୍ବିତୀୟ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦଳ ପକ୍ଷରୁ ଇଗ୍ନାସିଓ କୋବାସ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଭାରତ ଗୋଲ ବରାବର କରିବାକୁ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ସ୍ପେନ କୌଣସି ସୁଯୋଗ ଦେଇନଥିଲା। ୫୬ ମିନିଟ୍‌ରେ ସ୍ପେନ ପକ୍ଷରୁ ବ୍ରୁନୋ ଆଭିଲା ତୃତୀୟ ଗୋଲ ଦେଇ ଦଳକୁ ୩-୧ରେ ବିଜୟୀ କରାଇଥିଲେ।

ଭାରତ ମ୍ୟାଚରେ ୪ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଟିଏ ହେଲେ ଗୋଲ ଦେଇପାରିନଥିଲା। ଖେଳ ଆରମ୍ଭରୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଭାରତ ରବିବାର ସ୍ପେନ ସହ ଦ୍ବିତୀୟ ଚରଣ ମ୍ୟାଚ ଖେଳିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories