ଅଙ୍ଗଦାନ ଶିବିର ପାଇଁ ଓଡ଼ିଶା-ମୋ ପରିବାରର ପ୍ରସ୍ତୁତି ବୈଠକ
ଭୁବନେଶ୍ବର: ଓଡିଶା-ମୋ ପରିବାର ପକ୍ଷରୁ ଅଙ୍ଗଦାନ ଶିବିରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମୋ’ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ହୋଇଥିବା ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କଟକ ସହର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ବାଳ ପ୍ରମୁଖ ଆଲୋଚନା କରିଥିଲେ। ଆଗାମୀ ଦିନରେ କିପରି ଅଙ୍ଗଦାନ ସଚେତନତାକୁ ସାରା ରାଜ୍ୟରେ ବ୍ୟାପକ କରାଯିବ ସେଥିନିମନ୍ତେ ବିବିଧ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.