ପୁରାତନ ଛାତ୍ରଙ୍କ ପକ୍ଷରୁ ବିଦ୍ୟାଳୟକୁ ସ୍ୱାସ୍ଥ୍ୟ ଉପକରଣ ବଣ୍ଟନ
ଗୁରୁଡିଝାଟିଆ : କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୮୭ ମସିହା ପୁରାତନ ବିଦ୍ୟାର୍ଥୀଙ୍କ ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଉପସ୍ଥିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟରେ ବିତାଇଥିବା କୈଶୋର ଅବସ୍ଥାର ଅପାସୋରା ସ୍ମୃତି ,ଶିକ୍ଷକଙ୍କ ଆକଟ ଓ ଦିଗଦର୍ଶନ ମଣିଷର ଚଲାପଥକୁ ବଦଳାଇ ଏକ ଭଲମଣିଷ ଗଠନରେ କିଭଳି ସହାୟକ ହୋଇଥିଲା ସେ ସଂପର୍କରେ ବିଦ୍ୟାର୍ଥୀମାନେ ରୋମନ୍ଥନ କରିଥିଲେ । ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଆବଶ୍ୟକ ଚିକିତ୍ସା ଉପକରଣ ପ୍ରଦାନ କରିବା, ବିଦ୍ୟାଳୟର ମୋ ସ୍କୁଲର ଅଭିଯାନକୁ ଆର୍ଥିକ ସହାୟତା ସହିତ ପାଠ ପଢାଇ ଭଲ ମଣିଷ କରାଇଥିବା ଅବସରପ୍ରାପ୍ତ ଶିକ୍ଷକ ଫକୀର ଚରଣ ସୀତାରାମ, କୃଷ୍ଣଚନ୍ଦ୍ର ନାୟକ, ସଂସ୍କୃତ ପଣ୍ଡିତ ପିତବାସ ଶତପଥି, ବିଭୂତି ଭୂଷଣ ଶତପଥି, ବିଚିତ୍ରାନନ୍ଦ ପ୍ରତିହାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପାଦ ବନ୍ଦନା କରିଥିଲେ। ସାଧୁଚରଣ ବେହେରା, ରଘୁନାଥ ବେହେରା, ସାନ୍ତୁନୁ ପତ୍ରୀ, ରଞ୍ଜିତ ସାମନ୍ତରାୟ,ସୁଧାକର ସାମନ୍ତରାୟ, ସୁକାନ୍ତ ନାୟକ, ପ୍ରଶାନ୍ତ କୁମାର ରାଉତ, ନିରଞ୍ଜନ ସାହୁ, ବସନ୍ତ କୁମାର ସାହୁ, ଆଶୁତୋଷ ପରିଡା, ମହାଦେବ ମୁଦୁଲି,ଅରୁନ୍ଧତି ଶତପଥି,ସୁହାସିନୀ ଖଟୁଆ, ଚତ୍ରରେଖା ସାମନ୍ତ,ସତ୍ୟଭାମା ସାହୁ, ଚପଳା ଦାସ, ଭାରତୀ ବେହେରା ଓ ଉର୍ବଶୀ ସ୍ୱାଇଁ ପ୍ରମୁଖ ବିଦ୍ୟାର୍ଥୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Comments are closed.