www.samajalive.in
Sunday, December 7, 2025
23.1 C
Bhubaneswar

ସରକାରୀ ଅର୍ଥରେ ହାତୀ ମୂର୍ତ୍ତି ନିର୍ମାଣ ; ମୁହଁ ଖୋଲିଲେ ମାୟାବତୀ

ନୂଆଦିଲ୍ଲୀ : ସରକାରୀ ଅର୍ଥରେ ବହୁଜନ ସମାଜ ପାର୍ଟିର ନିର୍ବାଚନ ଚିହ୍ନ ହାତୀର ମୂର୍ତ୍ତି ନିର୍ମାଣ ହୋଇଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ଏ ନେଇ ବସପା ମୁଖ୍ୟ ମାୟାବତୀ ନିଜ ମତ ଦେଇଛନ୍ତି। ମାୟାବତୀ ଏହି ସୂଚନା ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି ସୁପ୍ରିମକୋଟଙ୍କ ରାୟକୁ ଗଣମାଧ୍ୟମ ଅତିରଞ୍ଜିତ ବନ୍ଦ କରିବା ଦରକାର। ଏହାକୁ ନେଇ ମାୟାବତୀ ସୁପ୍ରିମକୋର୍ଟରେ ନିଜର ମତ ରଖିବେ। ନାୟାଳୟ ଠାରୁ ନ୍ୟାୟ ନିଶ୍ଚୟ ପାଇବି ବୋଲି ମାୟାବତୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସୁପ୍ରିମକୋର୍ଟ ମାୟାବତୀଙ୍କୁ ଲକ୍ଷ୍ନୌ ଏବଂ ନୋଏଡାରେ ବସପା ଚିହ୍ନ ହାତୀର ମୂର୍ତ୍ତି ନିର୍ମାଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରିଥିବା ଅଭିଯୋଗରେ ରାୟ ପ୍ରଦାନ କରିଛନ୍ତି। ସମସ୍ତ ଅର୍ଥ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ମାୟାବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ସଞ୍ଜିବ ଖାନା ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ୨୦୦୯ରେ ମାୟାବତୀ ସରକାରୀ ଅର୍ଥ ଖର୍ଚ୍ଚ କରିଥିବା ମାମଲା ଦାୟର କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories