www.samajalive.in
Tuesday, December 9, 2025
26.1 C
Bhubaneswar

ଖମାର ନୂଆଗାଁରେ କରୋନା ସଚେତନତା ଓ ତୁଣ୍ଡି ବଣ୍ଟନ

ଗୁରୁଡିଝାଟିଆ: ରାଧାକିଶୋରପୁର ପଞ୍ଚାୟତର ଖମାରନୂଆଗାଁରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା ଓ ତୁଣ୍ଡି ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ରଞ୍ଚନ ବସ୍ତିଆ ଗାଁର ଜନସାଧାରଣଙ୍କୁ ଏଥିପାଇଁ ସତର୍କତା ଅବଲମ୍ବନ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ ଏବଂ ସରକାରୀ ନୀତିନିୟମ ବୁଝାଇଥିଲେ। ଉପସ୍ଥିତ ପ୍ରତ୍ୟେକଙ୍କୁ ତୁଣ୍ଡି ବଣ୍ଟନ କରିଥିଲେ। ଗାଁର ମୁରବୀ ନରେନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ମାଗୁଣୀ ରାଉତ, ସ୍ୱାସ୍ଥ୍ୟକର୍ମୀ କଳିକା ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଡାକ୍ତର ରମେଶ ସିଂଙ୍କୁ ଦୁବ୍ୟବହାର ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ କୋଳଥପଙ୍ଗି ଗ୍ରାମର କାର୍ତ୍ତିକ ଦାସ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଚିକିତ୍ସାଳୟରେ ଡାକ୍ତର ଶ୍ରୀ ସିଂଙ୍କୁ ଚିକିତ୍ସା ସେବା ପ୍ରଦାନରେ ବାଧାସୃଷ୍ଟି କରିବା ଓ ସମ୍ମାନହାନୀ ଭଳି ଆଚରଣ ସହ ଗାଳିଗୁଲଜ କରିଥିଲା। ଏନେଇ ଡାକ୍ତର ସିଂ ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତର ସିଂ ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ କାର୍ତ୍ତିକକୁ ଗିର ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories