www.samajalive.in
Sunday, December 7, 2025
23.1 C
Bhubaneswar

ଏକାମ୍ର ନିର୍ବାଚନ ମଣ୍ଡଳୀରେ ଘରେ ଘରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗ ନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ୍ ବଣ୍ଟନ କାର୍ଯ୍ୟକ୍ରମ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି  ଅନୁଦାନରେ ଏକାମ୍ର ନିର୍ବାଚନ ମଣ୍ଡଳୀର ତେଜସ୍ଵୀନି ମିଶନ ଶକ୍ତି ମହାସଂଘ ସହଯୋଗରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କପଡା ମାକ୍ସ ଗୋଷ୍ଠୀର ସଦସ୍ୟା ମାନେ ପ୍ରତ୍ୟେକ ଘରେ ନିଃଶୁଳ୍କରେ ବଣ୍ଟନ କରିବେ। ଏହା ଦ୍ୱାରା ମହିଳାମାନେ ମାସ୍କ ତିଆରି କରି ଆର୍ଥିକ ସ୍ୱାବଲମ୍ବୀ ହେବେ। ଏତତ୍ ବ୍ୟତୀତ ଅଞ୍ଚଳରେ କରୋନା ସଚେତନତା ପାଇଁ ପ୍ରକ୍ୟେକ ୱାର୍ଡର କରୋନା ଯୋଦ୍ଧା ମାନଙ୍କୁ  କୋଭିଡ ପିପିଇ କିଟ୍ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ତେଜସ୍ଵୀନିର ସଭାପତି ମହାମାୟା ସ୍ୱାଇଁ, ସମ୍ପାଦିକା ସଂଯୁକ୍ତା ଭୂତିଆ, ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀ,  ବିଏମସି ଜେଡିସି ଅଂଶୁମାନ ରଥ, ରବିନାରାୟଣ ଜେଠି, ସିଡିପିଓ ସନ୍ଧ୍ୟାରାଣି ଦେବୀ, ପୁର୍ବତନ କର୍ପୋରେଟର ଶ୍ରୀଧର ବେହେରା, ସୁଜିତ୍ ସ୍ୱାଇଁ , ରୁନୁ ଜେନା, ତେଜସ୍ଵୀନିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories