www.samajalive.in
Sunday, December 7, 2025
26.1 C
Bhubaneswar

ବେଦୀରୁ ଫେରିଲା ବର: କନ୍ୟା ଫେରାର, ନାବାଳିକା ସାନ ଭଉଣୀ ବିବାହ ବନ୍ଦ କଲା ପୁଲିସ

ବଲାଙ୍ଗିର:ତୁରେକେଲା ଥାନା ହିଆଲ ପଞ୍ଚାୟତ ଦାବରି ଗାଁରେ ବର ବେଦୀରୁ ଫେରିଯିବା ଆଲୋଚନାର ବିଷୟ ହୋଇଛି। ସୂଚନା ଅନୁସାରେ, ଦାବରି ଗାଁର ଜଣେ ଯୁବତୀଙ୍କ ସହ ଯୁବକଙ୍କର ବିବାହ ଠିକ୍ ହୋଇଥିଲା। ବରଯାତ୍ରୀ ଦଳ ବର ସହ ଶୁକ୍ରବାର ଝିଅ ଘରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ପକ୍ଷ ଲୋକେ ସମୟ ଗଡେଇ ଚାଲିଥିଲେ। ବୁଝାବୁଝି କରିବାରୁ ଜଣାପଡିଥିଲା ଯେ, କନ୍ୟା ବିବାହ ପୂର୍ବ ଦିନ ରାତିରୁ ଫେରାର ହୋଇଯାଇଛି।

 

- Advertisement -

ଏହାପରେ କନ୍ୟାର ସାନ ଭଉଣୀ(ନାବାଳିକା)ଙ୍କୁ ବର ସହ ବିବାହ ସମ୍ପନ୍ନ କରିବାକୁ ସ୍ଥିର ହୋଇଥିଲା। ଏହି କଥା ପ୍ରଚାର ହେଇଯିବା ପରେ କଣ୍ଟାବାଞ୍ଜି ଥାନା ଆଇଆଇସି ସତ୍ୟଜିତ କାନ୍ଦନକେଲ, ଏସ୍ଆଇ ପ୍ରଦୀପ ଗୁରିଆ, ହୀରା ଖାଲକୋ, ଜିଲା ବାଲ୍ୟ ବିବାହ ଟାସ୍କ ଫୋର୍ସର ଡ.ସଞ୍ଜୟ ମିଶ୍ର ପ୍ରମୁଖ ଦାବରି ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ନାବାଳିକାଙ୍କ ଆଧାର କାର୍ଡ ତଦାରଖ କରିବା ସହ ବିବାହ ବନ୍ଦ କରାଯାଇଥିଲା। ବର ନିରାଶ ହୋଇ କନ୍ୟା ଘରୁ ନିଜ ଘରକୁ ଫେରିଯାଇଥିଲା। ଅନ୍ୟପଟେ ଶନିବାର ବଲାଙ୍ଗିର ଡିସିପିୟୁର ସାମାଜିକ କର୍ମୀ ଅରୁଣ ଖୁଆସ, ଆଇସିଡିଏସ୍ ସେକ୍ଟର ସୁପର୍ଭାଇଜର୍ ପ୍ରମୁଖ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। କନ୍ୟା ଫେରାର୍ ଓ ବର ବିବାହ ବେଦୀରୁ ଉଠିଯିବା ଏବେ କଣ୍ଟାବାଞ୍ଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories