ମନୋଜ ସଗରିଆ ବିଜେଡିରେ ସାମିଲ
ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକାରେ ପୌରାଧକ୍ଷ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ମନୋଜ ସଗରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବରଙ୍ଗପୁରର ଯୁବ ସମାଜସେବୀ ମନୋଜ ସଗରିଆ ପୂର୍ବରୁ ବିଜେପିରେ ରହି କାମ କରୁଥିଲେ । ସେ ବିଜେପି ଓ ପରେ ବିଜେଡିରେ ଟିକଟ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପୌରାଧକ୍ଷ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସରେ ସେ ନାମଙ୍କନପତ୍ର ପ୍ରତ୍ୟାହାର କରିବା ପରେ ବିଜେଡି ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ନବରଙ୍ଗପୁର ନଗର ସଭାପତି ପ୍ରମୋଦ ରଥ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ନବରଙ୍ଗପୁର ବିଜେଡିର ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭୀମ ହରିଜନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ପଟ୍ଟନାୟକ, ଅବିଭକ୍ତ କୋରାପୁଟ ଜୋନ୍ ଯୁବ ସଭାପତି ତାପସ ତ୍ରିପାଠୀ, ଜିଲ୍ଲା ଛାତ୍ର ସମ୍ପାଦକ ସୁମିତ୍ ପୂଜାରୀ ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
Comments are closed.