www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର ସଫଳତାରେ ରହିଛି ଯୁବଶକ୍ତି, ପ୍ରତିଭା ଏବଂ ସରକାରଙ୍କ ଭୂମିକା – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ସଫଳତାରେ ଯୁବଶକ୍ତି, ପ୍ରତିଭା ଏବଂ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ଆକାଶବାଣୀରେ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱରେ କୋଭିଡ୍‍ ଭଳି ମହାମାରୀ ସମୟରେ ଦେଶରେ ଷ୍ଟାଟ୍‍ଅପ୍‍ ବୃଦ୍ଧି ପାଇଛି। ଦେଶରେ ମେ’ ୫ ତାରିଖ ସୁଦ୍ଧା ୟୁନିକର୍ଣ୍ଣ ସଂଖ୍ୟା ୧ଶହ ଅତିକ୍ରମ କରିଛି। ସେ କହିଛନ୍ତି, ଏହିସବୁ ୟୁନିକର୍ଣ୍ଣ ଗୁଡ଼ିକର ମୂଲ୍ୟ ୩୩୦ ବିଲିୟନ ଡଲାରରୁ ଅଧିକ ହେବା ନେଇ ଆକଳନ କରାଯାଇଛି, ଯାହା ୨୫ଲକ୍ଷ କୋଟିରୁ ଅଧିକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ୟୁନିକର୍ଣ୍ଣର ବାର୍ଷିକ ବିକାଶ ଦର ଆମେରିକା, ବ୍ରିଟେନ୍‍ ଏବଂ ଅନ୍ୟକେତେକ ବିକାଶଶୀଳ ଦେଶଠାରୁ ଅଧିକ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ବର୍ଷ ଗୁଡ଼ିକରେ ଏହିସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତବର୍ଷ ଦେଶରେ ୪୦ଟି ୟୁନିକର୍ଣ୍ଣ ଥିବା ବେଳେ ଚଳିତ ବର୍ଷ ମାତ୍ର ୪ ମାସ ମଧ୍ୟରେ ଆହୁରି ୧୪ଟି ୟୁନିକର୍ଣ୍ଣ ଗଢ଼ିଉଠିଛି। ଶ୍ରୀ ମୋଦି ଭାରତରେ ଷ୍ଟାଟ୍‍ଅପ କେବଳ ବଡବଡ ସହରରେ ସୀମିତ ନରହି ଅନ୍ୟ ଅଞ୍ଚଳ ଗୁଡ଼ିକରେ ଏବଂ ଛୋଟଛୋଟ ସ୍ଥାନ ମାନଙ୍କରେ ଗଢ଼ି ଉଠୁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହି ଷ୍ଟାଟ୍‍ଅପ୍‍ର ବିକାଶରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶରେ ଲୋକମାନେ ନୂଆ ବିଚାରାଧାରା ସହିତ ଆଗକୁ ବଢ଼଼ିବକୁ ପ୍ରୟାସ କରୁଛନ୍ତି।

- Advertisement -

ସେ କହିଛନ୍ତି, ଷ୍ଟାଟ୍‍ଅପ୍‍ ଜଗତରେ ବାସ୍ତବ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ଅତ୍ୟନ୍ତ ଜରୁରୀ ଅଟେ। ଜଣେ ସୁ-ମାର୍ଗଦର୍ଶକ ଷ୍ଟାଟ୍‍ଅପ୍‍କୁ ବିକାଶର ଉଚ୍ଚସ୍ତରକୁ ନେଇପାରିବ ଏବଂ ଆବଶ୍ୟକ ସ୍ଥଳେ ଉଚିତ୍‍ ମାର୍ଗଦର୍ଶନ କରିପାରିବ। ସେ କହିଛନ୍ତି ଭାରତରେ ଏଭଳି କେତେଜଣ ମାର୍ଗଦର୍ଶକ ଅଛନ୍ତି ଯେଉଁମାନେ ଷ୍ଟାଟ୍‍ଅପ୍‍ର ପ୍ରୋତ୍ସାହନ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories