www.samajalive.in
Sunday, December 7, 2025
26.1 C
Bhubaneswar

ମଣିପୁର ହିଂସା: ଆସାମ ରାଇଫଲ୍ସ ବିରୋଧରେ ଏତଲା ଦାୟର କରିଥିଲା ରାଜ୍ୟ ବିଜେପି ସରକାର

ଡେସ୍କ: ୯୦ ଦିନରୁ ଅଧିକ ସମୟ ଧରି ଅଶାନ୍ତ ରହିଛି ମଣିପୁର। ସେଠାରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ଏ ପର୍ଯ୍ୟନ୍ତ ସରକାରୀ ଭାବେ ୧୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଏହି ହିଂସା ସୃଷ୍ଟି ହେବାର ୨ ମାସ ପରେ ଭାଇରାଲ ହୋଇଥିବା ଭିଡିଓ ଯୋଗୁ ସଂସଦ ଅଚଳ ହୋଇପଡିବା ସହ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷାରୋପ କରିଥିଲେ। ସେହି ଭିଡିଓରେ ୩ ଜଣ ମହିଳାଙ୍କୁ ଉଲଗ୍ଣ କରି ବୁଲାଇବା ଓ ଦୁଷ୍କର୍ମ ଏବଂ ହତ୍ୟା କରିବା ଘଟଣା ବାହାରକୁ ଆସିଥିଲା।

ଏହି ଘଟଣାରେ ପୂର୍ବରୁ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅନେକ ଥର ମଣିପୁର ଗସ୍ତ କରି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଗଣମାଧ୍ୟମକୁ କହିଥିଲେ ମଧ୍ୟ ହିଂସା ଜାରି ରହିଥିଲା। ଆଜି ସେଠାରେ ସାନି ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରେ କଣ ପାଇଁ ଭାରତୀୟ ସେନା ମୁତୟନ କରାଯାଉ ନାହିଁ ବୋଲି ସଂସଦରେ ପ୍ରଶ୍ନ କରିଥିଲେ ଓ ସେ ଜୋର ଦେଇ କହିଥିଲେ ଯେ, ଭାରତୀୟ ସେନା ଏହି ହିଂସା ଘଟଣାକୁ କମ ଦିନ ମଧ୍ୟରେ ଆୟତ୍ତ କରିପାରିଥାନ୍ତା। ଏ ନେଇ କୌଣସି ଉତ୍ତର ମିଳିନଥିଲା।

- Advertisement -

ଅନ୍ୟପକ୍ଷରେ ଏବେ ମିଳିଥିବା ସୂଚନା ଅନୁଯାୟୀ, ମଣିପୁରର ବିଜେପି ସରକାର ଆସାମ ରାଇଫଲ୍ସ ବିରୋଧରେ ଏତଲା ଦାୟର କରିଥିବା ଜଣାପଡିଛି। ଆସାମ ରାଇଫଲ୍ସର ନବମ ବାଟାଲିଅନ ବିରୋଧରେ ଏହି ଏତଲା ଦାୟର କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆସାମ ରାଇଫଲ୍ସର କିଛି ଯବାନ ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ କରିବାକୁ ନ ଦେବା ଏବଂ ଆଇନ ଅବମାନନା କରିବା ଭଳି ଅଭିଯୋଗ ହୋଇଛି। ଅଗଷ୍ଟ ୬ରେ କ୍ୱାତା ଓ ବିଷ୍ଣୁପୁରରେ ହିଂସାରେ ୩ ଜଣ ମୈତେଇ ଓ ୨ ଜଣ କୁକି ସମ୍ପ୍ରଦାୟର ଲୋକଙ୍କ ମୃତ୍ୟୁ ହେବା ପରେ ଏହି ଏତଲା ହୋଇଥିବା ଜଣାପଡିଛି। ସେନା ପକ୍ଷରୁ ଏହି ଘଟଣାକୁ ମନଗଢା କାହାଣୀ ବୋଲି କୁହାଯାଇଛି। ଆସାମ ରାଇଫଲ୍ସର ଭାବମୂର୍ତ୍ତିରେ ଆଞ୍ଚ ଆଣିବା ଲାଗି ଏଭଳି କରାଯାଇଥିବା କୁହାଯାଇଛି।


ଦାୟର ହୋଇଥିବା ଏତଲାରେ କୁହାଯାଇଛି ଯେ ଆସାମ ରାଇଫଲ୍ସର ଯବାନ କ୍ୱାଟାରେ ଏକ ରାସ୍ତାକୁ ବନ୍ଦ ରଖି ସ୍ଥାନୀୟ ପୁଲିସକୁ ଆଗକୁ ବଢିବାକୁ ଦେଇ ନ ଥିଲା ଯାହା ଫଳରେ କୁକି ଉଗ୍ରବାଦୀମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ ସୂଚନା ଅନୁଯାୟୀ, ମଣିପୁର ବିଜେପି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟରୁ ଆସାମ ରାଇଫଲ୍ସକୁ ହଟାଇ ଦେବାକୁ ଦାବି କରିଥିଲା। ଏ ନେଇ ସେନା ପକ୍ଷରୁ ଟ୍ୱିଟ ଜରିଆରେ କୁହାଯାଇଛି ଯେ ମେ’ ମାସ ୩ ତାରିଖ ପରଠାରୁ ମଣିପୁରରେ ଶାନ୍ତି ସ୍ଥାପନ ପାଇଁ ଆସାମ ରାଇଫଲସ ଅବିରତ ଉଦ୍ୟମ କରୁଥିବା ବେଳେ ଏଭଳି ଅଭିଯୋଗ ଗ୍ରହଣୀୟ ନୁହେଁ। ଏହି ଘଟଣା ପରେ ସେଠାରୁ

ସୂଚନାଯୋଗ୍ୟ, ଆସାମ ରାଇଫଲ୍ସ ହେଉଛି ଏକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ। ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ୬ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମଧ୍ୟରୁ ଆସାମ ରାଇଫଲ୍ସ ଅନ୍ୟତମ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories