www.samajalive.in
Tuesday, December 9, 2025
26.1 C
Bhubaneswar

ଆମ୍ବ ଶ୍ରୀଖଣ୍ଡ

ପାଚିଲା ଆମ୍ବର ଜୁସ୍ , ଆଇସକ୍ରିମ୍, ଲସି ଆଦି ନିଶ୍ଚୟ ଖାଇଥିବେ । ହେଲେ ଆମ୍ବ ଶ୍ରୀଖଣ୍ଡ ନାମ କେବେ ଶୁଣିଛନ୍ତି କି? ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦକ୍ଷିଣ ଭାରତର କିଛି ରାଜ୍ୟରେ ଆମ୍ବ ଶ୍ରୀଖଣ୍ଡ ବେଶ୍ ଲୋକପ୍ରିୟ । ତେବେ ଆସନ୍ତୁ ଜାଣିବା ଆମ୍ବ ଶ୍ରୀଖଣ୍ଡର ପ୍ରସ୍ତୁତ ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ : ଦୁଇଟି ପାଚିଲା ଆମ୍ବ, ଦହି, ପେଷା ଯାଇଥିବା ଚିନି, ଫ୍ରେସ୍ କ୍ରିମ୍, ଗୁଜରାତି ଗୁଣ୍ଡ, ଡ୍ରାଏ ଫ୍ରୁଟ୍ସ

- Advertisement -

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପାଚିଲା ଆମ୍ବର ଚୋପା ଛଡାଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାକୁ ବ୍ଲେଣ୍ଡର ବା ଗ୍ରାଇଣ୍ଡରରେ ପେଷି ଦିଅନ୍ତୁ । ଏକ ସଫା କପଡା ସାହାଯ୍ୟରେ ଦହିରୁ ପାଣି ବାହାର କରି ମୋଟା ଅଂଶକୁ ପେଷା ଯାଇଥିବା ଆମ୍ବରେ ପକାଇ ଗୋଳାନ୍ତୁ । ପରେ ସେଥିରେ ପେଷା ଯାଇଥିବା ଚିନି, ଫ୍ରେସ୍ କ୍ରିମ୍ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ପୁଣି ସେଥିରେ ଗୁଜରାତି ଗୁଣ୍ଡ ଏବଂ କଟା ଡ୍ରାଏ ଫ୍ରୁଟ୍ସ ପକାଇ ଫ୍ରିଜରେ ରଖି ଦିଅନ୍ତୁ । ଅଧ ଘଣ୍ଟା ପରେ ଫ୍ରିଜରୁ କାଢି ଆଣି ଥଣ୍ଡା ଥଣ୍ଡା ଆମ୍ବ ଶ୍ରୀଖଣ୍ଡର ମଜା ନିଅନ୍ତୁ ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories