ଶିମଲା : ମଣ୍ଡି ଜିଲାର ସୁନ୍ଦରନଗର ବିଏସଏଲ ପୁଲିସ ଥାନା ଅର୍ନ୍ତଗତ କଟେରୁ ନିକଟସ୍ଥ ଭଲାନାର ଏକ ନାଳ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗଭୀର ଖାଇକୁ ଖସି ପଡି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଅନେକ କଷ୍ଟରେ ରାସ୍ତା ଉପରକୁ ଆଣିଥିଲେ। ଏହାପରେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର ରାତି ସମୟରେ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଯାଇଥିଲା। କାରରେ ଥିବା ଯାତ୍ରୀ କୌଣସି ଏକ ଦର୍ଶନୀୟ ସ୍ଥାନକୁ ଯାଇ ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବୋଲି ଜଣାପଡିଛି। ଘଟଣାର ତଦନ୍ତ କରାଯାଉଛି।
ଖାଇକୁ ଖସିଲା ଗାଡି ; ୫ ମୃତ
Popular Categories



