www.samajalive.in
Sunday, December 7, 2025
23.1 C
Bhubaneswar

ସ୍ତ୍ରୀ ଓ ୩ ସନ୍ତାନଙ୍କୁ ହତ୍ୟା କଲେ ସଫ୍ଟୱେର ଇଞ୍ଜିନିୟର; ହ୍ବାଟ୍ସଆପରେ ଭିଡିଓ ଶେୟାର କରି ଦୋଷ ସ୍ବୀକାର କଲେ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା ପରେ ନିଜ ପରିବାରର ହ୍ବାଟ୍ସଆପ୍‌ ଗ୍ରୁପରେ ଏକ ଭିଡିଓ ଶେୟାର କରି ଦୋଷ ସ୍ବୀକାର କରିଛନ୍ତି। ଏପରି କି ନିଜେ ଆତ୍ମହତ୍ୟା କରିବା ପାଇଁ ପୋଟାସିୟମ ସିୟାନାଇଡ୍‌ କିଣିଥିବା ଭିଡିଓରେ କହିଛନ୍ତି। ଭିଡିଓଟି ପାଇବା ପରେ ସୁମିତଙ୍କ ଭଉଣୀ ମୃତାଙ୍କ ଭାଇ ପଙ୍କଜ ସିଂହଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ପଙ୍କଜ ତୁରନ୍ତ ସୁମିତ ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟ୍‌ରେ ତାଲା ପଡ଼ିଥିବାରୁ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଫ୍ଲାଟ୍‌ର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏକ ଘରେ ଜଣେ ମହିଳା ଏବଂ ୩ ପିଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ସୁମିତଙ୍କ ପତ୍ନୀ ଅଂଶୁ ବଳ ଏବଂ ତାଙ୍କ ୫ବର୍ଷୀୟ ପୁଅ ପ୍ରଥମେଶ ଓ ୪ବର୍ଷୀୟ ଯାଁଳା ସନ୍ତାନ ଆରବ ଏବଂ ଆକ୍ରିତି। ସୁମିତ ଗତବର୍ଷ ଡିସେମ୍ବରରେ ଚାକିରି ହରାଇଥିବାବେଳେ ଅଂଶୁ ଏକ ପ୍ଲେ ସ୍କୁଲରେ ଶିକ୍ଷକତା କରୁଥିଲେ। ଚାକିରି ଛାଡ଼ିବା ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବାରୁ ସୁମିତ ଏହି ହତ୍ୟାକାଣ୍ଡ କରିଥିବା ପୁଲିସ ସନ୍ଦେହ କରୁଛି। ସୁମିତ ଏବେ ଫେରାର ଅଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories