www.samajalive.in
Sunday, December 7, 2025
23.1 C
Bhubaneswar

ବିଧାୟକଙ୍କ ବିରୁଦ୍ଧରେ ମେଳି ବାନ୍ଧିଲେ ଚିତ୍ରକୋଣ୍ଡା ବ୍ଲକ ଜନ ପ୍ରତିନିଧି

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସମସ୍ତ ୧୮ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଆଜି ମିଳିତ ହୋଇ ଚିତ୍ରକୋଣ୍ଡା ବିଧାୟକଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏକ ଦାବିପତ୍ର ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ବିକାଶ ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାମ ହେଉଛି ଏବଂ ଗ୍ରାମର କେଉଁ କେଉଁ କାମ ହେବ ଗ୍ରାମ ସଭା, ପଲ୍ଲିସଭାରେ ସ୍ୱୀକୃତି ପାଇ ସରକାରଙ୍କ ଅନୁମୋଦନ ପାଇଁ ଯାଉଛି ଏବଂ ସେଥିରୁ ୪୦ ପ୍ରତିଶତ ଉନ୍ନୟନ ମୂଳକ କାର୍ଯ୍ୟର ତାଲିକା ବିଧାୟକ ନିଜ ଇଚ୍ଛା ମୁତାବକ ଦେବାର ପ୍ରାବଧାନ ଅଛି , କିନ୍ତୁ କାମ ଗୁଡିକ ଅନୁମୋଦନ ହୋଇ ଆସିଲା ପରେ ବିଧାୟକ ସମସ୍ତ କାମର ଠିକାଦାରୀ କଂଗେସ କର୍ମୀ କରିବେ ବୋଲି ବ୍ଲକ ପ୍ରଶାସନକୁ ଚାପ ପକାଉଛନ୍ତି । ଫଳରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଉନ୍ନୟନ କାମରେ କୌଣସି ଭୂମିକା ରହୁନାହିଁ।

- Advertisement -

ତେଣୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ନେତୃତ୍ୱରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଏକଜୁଟ ହୋଇ ବିଧାୟକ କେଉଁ ଅଧିକାର ରେ ସମସ୍ତ କାମକୁ କଂଗ୍ରେସ କର୍ମୀ ଙ୍କ ଭିତରେ ବାଣ୍ଟିବାକୁ ଦାବିକରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ ଏବଂ ଆସିଥିବା ସମସ୍ତ କାମରେ ପଞ୍ଚାୟତ ପ୍ରତିନିଧିଙ୍କ ଅଗ୍ରାଧିକାର ରହୁ ବୋଲି ଦାବି କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories