ବାତ୍ୟାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ

prayash

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ସ୍ଥଳଭାଗ ସ୍ପର୍ଶ କରିବା ସୂଚନା ମିଳିବା ପରେ ତତ୍ପର ଦେଖାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ଅନେକ ସ୍ଥାନରେ ହାଇଅଲର୍ଟ ଜାରି କରିବା ସହ ପ୍ରତ୍ୟକ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ତେବେ ଆଜି ମାଲକାନଗିରି ଜିଲ୍ଲା ରେଡ଼ ଯୋନରେ ରହିଥିବା ହେତୁ କୋରାପୁଟ ଓ ମାଲକାନଗିରିର ମିଳିତ ଓଡ୍ରାଫ୍ଟ ଟିମ ପ୍ରସ୍ତୁତ ହୋଇ ରହିଛି। ଏଥି ସହ ବିପଦପୂର୍ଣ ଅଞ୍ଚଳ ଗୁଡିକରେ ହାଇଆଲର୍ଟ ଜାରି କରିବା ସହ। କଚା ଘରେ ଥିବା ଗ୍ରାମବାସୀ ଓ ବୃଦ୍ଧମାନଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଉଛି।

kalyan agarbati

Comments are closed.