www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ପଇଁତରା ମାରିଲା ବାୟୁସେନା ବିମାନ : ନିଶାଣରେ ଟପ୍‌ ମାଓ ନେତା, ଆଶ୍ୱସ୍ତ ଜନତା

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବାକୁ ପଣ କରିଛି ପୁଲିସ ଓ ପ୍ରଶାସନ। ଧୀରେ ଧୀରେ ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନ ଛାଇଯାଉଥିବାବେଳେ ପୁଲିସ ପ୍ରଶାସନ ସହାୟତାରେ ଯବାନଙ୍କ ଘନଘନ ପଇଁତରା, ସେନାବାହିନୀ ମଧ୍ୟ ଅପରେସନରେ ନିୟୋଜିତ ହେବା ପରେ କିଛି ଗୋଟାଏ ବଡ଼ ଲକ୍ଷ୍ୟରେ ରାଜ୍ୟ ସରକାର ଥିବା ବାରି ହେଉଛି। ସ୍ୱାଭିମାନ ଅଞ୍ଚଳକୁ ନିଜ କବଜାକୁ ନେଇ ଲୋକଙ୍କୁ ମାଓ କବଳରୁ ମୁକ୍ତ କରିବାକୁ ସମରସଜ୍ଜା ଆରମ୍ଭ ହୋଇଯାଇଛି।

ଆଜି ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ବାୟୁସେନା ମିଗ୍‍-୭ ବିମାନ ପଇଁତରା ମାରିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ସ୍ୱତନ୍ତ୍ର ସୁରକ୍ଷା କର୍ମୀମାନେ ସ୍ୱାଭିମାନ ଅଞ୍ଚଳ ଗୁରାସେତୁ ସମେତ ମାଓ ଉପଦ୍ରୁତ ଅଞ୍ଚଳରେ ଦୁଇଟି ହେଲିକପ୍ଟରରେ ଚକ୍କର କାଟିବା ସହ ମାଓଦମନ ପାଇଁ ଆକାଶମାର୍ଗରୁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ମାଓଦମନ ନିମନ୍ତେ ଏସଓଜି ଓ ଡିଭିଏଫ୍‍ କାର୍ଯ୍ୟ କରୁଥିବାବେଳେ ଗତକାଲି ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀ ଏହି ଅଞ୍ଚଳ ଗସ୍ତ କରିଥିଲେ। ପୁନର୍ବାର ଆଜି ଆକାଶମାର୍ଗରୁ ସମରସଜ୍ଜା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟକୁ ତରାନ୍ୱିତ କରାଯାଉଥିବାବେଳେ ମାଲକାନଗିରି ପୁଲିସ ପକ୍ଷରୁ ଅପରେସନ ସ୍ୱାଭିମାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ମାଓନେତା ଆଶ୍ରୟ ନେଇଥିବା ଖବର ମିଳିବା ପରେ ମାଓଦମନକୁ ଜୋରଦାର କରିଛି ପୁଲିସ। ଏସଓଜି ଓ ଡିଭିଏଫବାହିନୀ ସହ ମିଶି ମିଳିତ ଭାବେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

- Advertisement -

ଗତ ୧୫ ତାରିଖ ଦିନ ପୁଲିସ ଏନକାଉଣ୍ଟରରେ ବହୁ ମାଓନେତା ଅଳ୍ପକେ ଖସିଯାଇଥିବାବେଳେ ଶିବିର ମଧ୍ୟରେ ମାଓନେତା ଆର୍‍.କେ. ମଧ୍ୟ ରହିଥିବା ପୁଲିସକୁ ସୁରାଖ ମିଳିଛି। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପେନଡ୍ରାଇଭ୍‍, ପୁଲିସ ହସ୍ତଗତ କରିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମକୁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଅଯାଉ ନାହିଁ। ମୁଖ୍ୟତଃ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ମାଲକାନଗିରି ଜିଲାରେ ସକ୍ରିୟ ରହିଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ସଙ୍ଗଠନ ଡେରା ପକାଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ମଧ୍ୟ ମାଓଦମନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଅଧିକ ଫୋର୍ସ ମୁତୟନ କରିବା ସହ ବିଏସ୍‍ଏଫ ଓ ସିଆରପିଏଫର କୋବ୍ରା ବାହିନୀକୁ ନିୟୋଜିତ କରିଛନ୍ତି। ମୁଖ୍ୟତଃ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଲୋଭନୀୟ ପ୍ୟାକେଜ ଘୋଷଣା କରାଯାଇଥିବାବେଳେ ଆତ୍ମନିର୍ଭର ହେବା ସହ ସେମାନଙ୍କୁ ନିଯୁକ୍ତି ଦେଇ କିଭଳି ଅଧିକରୁ ଅଧିକ ଆଦିବାସୀ ସଙ୍ଗଠନ ଛାଡିବେ ସେ ନେଇ କେନ୍ଦ୍ର ସରକାର ସମସ୍ତ ସୁବିଧା ସୁଯୋଗ ଦିଆଯାଉଛି। ଅଧିକ ଫୋର୍ସ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଗରିଲା ଯୁଦ୍ଧକୁ ପ୍ରତିହିତ କରିବା ପାଇଁ ଯୋଗାଇ ଦିଆଯାଉଛି। ଗୁଇନ୍ଦା ବିଭାଗ ତଥ୍ୟ ଆଧାରରେ ମାଓବାଦୀ ନେତା ତଥା ସଙ୍ଗଠନର ମୁଖ୍ୟ ଆର.କେ. ଓରଫ ରାମକ୍ରିଷ୍ଣା, ଉଦୟ, ଚଲପତି ଭଳି ବହୁ ଟପ୍‌ କ୍ୟାଡରଙ୍କୁ ନିଶାଣ କରିଛି ମାଲକାନଗିରି ପୁଲିସ।

ଏଥିପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଓ ପୂର୍ବ ଗୋଦାବରୀ ପୁଲିସ ସହ ଆରମ୍ଭ ହୋଇଛି ଏହି ସ୍ୱତନ୍ତ୍ର ଅପରେସନ୍‍। କିଛିଦିନ ତଳେ ଲାଲଗଡ଼ର ଛାତି ଚିରି ପାହାଡ଼ ଉପରେ ଜୟଧ୍ୱନୀ ଦେଇଥିଲେ ବିଏସଏଫ୍‍ ଯବାନ। ମାଓବାଦୀଙ୍କ ଅଭେଦ୍ୟଦୁର୍ଗ ଦଖଲ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଯବାନ। ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୂର୍ବରୁ ଦିନରାତି କେବଳ ଗୁରୁପ୍ରିୟା ସେତୁକୁ ସୁରକ୍ଷା ଯୋଗାଉଥିବା ଯବାନ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସୁରକ୍ଷାଦେବାର ଦାୟିତ୍ୱ ଦେବାର ଗ୍ରହଣ କରିଛନ୍ତି। ନକ୍ସଲଙ୍କ ଗଡ଼ କୁହାଯାଉଥିବା ଗୁରାସେତୁରେ ବିଏସଏଫଙ୍କ ନବମ ବାଟାଲିୟନ ପୋତିଛି ବିଜୟ ଖୁଣ୍ଟ। ଗୋଟିଏ ପଟେ ଯବାନମାନେ ଆଗକୁ ବଢ଼ୁଥିବାବେଳେ ମାଓବାଦୀ ପଛଘୁଞ୍ଚା ଦେଉଥିବା ଯୋଗୁଁ ଆଶ୍ୱସ୍ତ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories