www.samajalive.in
Sunday, December 7, 2025
26.1 C
Bhubaneswar

ଆଦ୍ୟ ଧାମରେ ଉଠିଲା ଚତୁର୍ଦ୍ଦଶୀ ଝାଡ

ଆଠଗଡ଼: ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ଆଦ୍ୟଧାମ ଆଠଗଡ ସୀମାବର୍ତ୍ତୀ ବାଙ୍କୀ ବ୍ଲକର ମାଳବିହାରପୁର। ଏଇଠି ଶୁଭିଥିଲା ମହିମା ଧର୍ମର ଆଦ୍ୟ ଓଁକାର। ମହିମା ସ୍ବାମୀ ଏଠାରେ ପ୍ରଥମେ ଧୂନୀ ସ୍ଥାପନ କରି ମାଳବିହାରପୁରର ପାଞ୍ଚଜଣଙ୍କୁ ପ୍ରଥମ ଉପଦେଶ ଦେଇଥିଲେ। ମହିମା ଗୋସାଇଁ ଭାବରେ ପରିଚିତ ହେବା ପରେ ସ୍ବାମୀଜୀ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ନିକଟରେ ଦେହତ୍ୟାଗ ପରେ ସେଠାରେ ମହିମା ସ୍ବାମୀଙ୍କ ସମାଧି ନିର୍ମାଣ ପରେ ଏହା ମହିମା ଧର୍ମର ଅନ୍ୟତମ ପ୍ରସିଦ୍ଧ ପୀଠ ଭାବରେ ପରିଗଣିତ ହେଲା। ମାତ୍ର ମାଳବିହାରପୁରରେ ସେବେଠାରୁ ଅଲେଖ ମନ୍ଦିର ଭିତରେ ଜଳୁଥିବା ଅଖଣ୍ଡ ବତୀ ଆଜି ପର୍ଯ୍ୟନ୍ତ ଜଳୁଛି। କଥିତ ଅଛି ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରେ ଆଦ୍ୟଧାମ ମାଳବିହାରପୁରରେ ପ୍ରଥମେ ଝାଡ ଲାଗିବା ପରେ ଯୋରନ୍ଦା ଗାଦି ରେ ଝାଡ ଲାଗିଥାଏ। ମଙ୍ଗଳବାର ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଆଦ୍ୟଧାମରେ ପ୍ରତ୍ୟୁଷରୁ ଦ୍ବାରଫିଟା ପରେ ମଙ୍ଗଳ ଆଳତୀ ମଇଲମ ଆଦି ନୀତି ସରିବା ପରେ ଯଜ୍ଞ ଆରମ୍ଭ ହୋଇଥଲା। ରାଜ୍ୟ ତଥା ରାଜ୍ୟ ବାହାରୁ ମହିମା ଧର୍ମର ଶ୍ରଦ୍ଧାଳୁମାନେ ସୋମବାର ରାତିରୁ ଆସି ଏଠାରେ ଯଜ୍ଞରେ ସହଯୋଗ କରିବା ସହିତ ସନ୍ଧ୍ୟା ଦର୍ଶନ କରିଥିଲେ। ପରେ ପରେ ମନ୍ଦିର ପରିସରରେ ଝାଡ ଲାଗିଥିଲା। ଆଦ୍ୟଧାମର ବାବାଜୀ ହୃଦାନନ୍ଦ ଦାସଙ୍କ ଦ୍ୱାରା ସମସ୍ତ ନୀତି ସମ୍ପନ୍ନ ହୋଇଥିବାବେଳେ ଏହି ଉପଲକ୍ଷେ ତିନି ଦିନ ଧରି ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ ଏବଂ ବିଭୂତି ଭୂଷଣ ଜେନା ପାଲା ପରିବେଷଣ କରିଥିଲେ। ନିରେଖ କୁମାର ଜେନା, ଫକୀର ମୋହନ ସେଠୀ, ଜନାର୍ଦ୍ଦନ ସ୍ବାଇଁ, ଉପେନ୍ଦ୍ର ଭଞ୍ଜ, ଚକାନୟନ ପ୍ରଧାନ, ଧରଣୀଧର ଜେନା, ବିଷ୍ଣୁ ଚରଣ ପ୍ରଧାନ ଏବଂ ପ୍ରସନ୍ନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories