www.samajalive.in
Tuesday, December 9, 2025
16.1 C
Bhubaneswar

ବରଷକେ ଥରେ ଶ୍ରୀସାକ୍ଷୀଗୋପୀନାଥଙ୍କ ନିକଟରେ ଭୋଗ ଲାଗି ହେଲା ମକର ଚାଉଳ

ସୁଆଣ୍ଡୋ : ପୁରୀ ଜିଲା ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରକୁ ପୁଷ ମାସରେ ବାପଘରକୁ ଯାଇଥିବା ମା’ ମହାଲକ୍ଷ୍ମୀ ଗତକାଲି ମାସାନ୍ତ ତିଥିରେ ଭାର ଥୋର ସାଙ୍ଗରେ ଧରି ଫେରିଛନ୍ତି । ସୋମବାର ମକର ସଂକ୍ରାନ୍ତି ଅବସରରେ ଶ୍ରୀ ସାକ୍ଷୀଗୋପୀନାଥଙ୍କର ଦୈନିକ ନୀତିକାନ୍ତି ସହିତ ସ୍ୱତନ୍ତ୍ର ମକର ବେଢା ନୀତି କରାଯାଇଥିଲା। ଲକ୍ଷ୍ମୀଙ୍କ ଘରୁ ଆସିଥିବା ନୂଆ ଅରୁଆ ଚାଉଳ, ଛେନା, ପାଚିଲା କଦଳୀ, ନବାତ କ୍ଷୀର, ଖଇ, ଆଖୁ, ଅଦା, ନଡ଼ିଆ, ମରିଚ, ଗୁଜୁରାତି ଆଦି ନୂଆ ମାଟି ହାଣ୍ଡିରେ ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଭୋଗ କରାଯାଇଥିଲା। ସାକ୍ଷୀଗୋପୀନାଥ ପଶ୍ଚିମାଞ୍ଚଳ ଠାକୁର ହୋଇଥିବା ଦୃଷ୍ଟିରୁ ବର୍ଷ ତମାମ ଗହମ ଜାତ ଦ୍ରବ୍ୟରେ ପ୍ରସ୍ତୁତ ଭୋଗ ଲାଗି ହୋଇଥାଏ । ପ୍ରଚଳିତ ପ୍ରଥା ଅନୁସାରେ ଶ୍ରୀରାଧା ( ଲକ୍ଷ୍ମୀ ) ଓଡିଆଣୀ ହୋଇଥିବା ହେତୁ ତାଙ୍କ ବାପଘରୁ ଆସିଥିବା ଦ୍ରବ୍ୟରେ ମହାପ୍ରଭୁଙ୍କୁ ବର୍ଷକରେ ଥରେ ଚାଉଳରେ ପ୍ରସ୍ତୁତ ହୋଇଥିବା ମକର ଚାଉଳ ଭୋଗ ଲାଗି ହେବାର ପରମ୍ପରା ରହିଆସିଛି। ସୋମବାର ସକାଳୁ ମକର ଭୋଗ କରିବା ପାଇଁ ମନ୍ଦିର ପାଟ ଅଗଣାରେ ପଞ୍ଚୁକୋଶୀ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ଅନ୍ୟ ଦିନମାନଙ୍କରେ କେହି ଭୁଲରେ ମଧ୍ୟ ଠାକୁରଙ୍କୁ ଚାଉଳରେ ପ୍ରସ୍ତୁତ ଭୋଗ କରିନଥାନ୍ତି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories