www.samajalive.in
Tuesday, December 9, 2025
19.1 C
Bhubaneswar

ମହାରାଷ୍ଟ୍ରରେ କଂଗ୍ରେସକୁ ଧକ୍କା; ବିଜେପିରେ ଯୋଗଦେଲେ ବିରୋଧୀ ଦଳ ନେତାଙ୍କ ପୁଅ

ମୁମ୍ବଇ: ଗୁଜରାଟ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ନିର୍ବାଚନ ପୂର୍ବରୁ ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ହାତ ଛାଡ଼ିବାରେ ଲାଗିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାଧାକୃଷ୍ଣ ବିଖେ ପାଟିଲଙ୍କ ପୁଅ ସୁଜୟ ବିଖେ ପାଟିଲ କଂଗ୍ରେସ ଛାଡ଼ି ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ମୁମ୍ବଇରେ ବିଜେପିର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସୁଜୟ ବିଜେପିରେ ଯୋଗଦେଇଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ରରେ ଏନସିପି ସହ କଂଗ୍ରେସ ମେଣ୍ଟ କରିଛି। ଅହମଦନଗର ଲୋକ ସଭା ଆସନରୁ ସୁଜୟ ନିର୍ବାଚନ ଲଢ଼ିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ପାୱାର ସୁଜୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ସେ ବିଜେପିରେ ଯୋଗଦେଇଛନ୍ତି। ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ସୁଜୟଙ୍କ ବାପା ରାଧାକୃଷ୍ଣ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ତାଙ୍କ ପୁଅ ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ଉକ୍ତ ସିଟ୍‌ ଏନସିପିର, ତାହା କାହାକୁ ଦିଆଯିବ ନାହିଁ ବୋଲି ପାୱାର ସଫା ସଫା କହିଦେଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories