www.samajalive.in
Tuesday, December 9, 2025
23.1 C
Bhubaneswar

ମହାରାଷ୍ଟ୍ରରେ ନୌକା ବୁଡି ୬ମୃତ, ୫୦ ଗୁରୁତର

ନନ୍ଦୁରବାର : ମହାରାଷ୍ଟ୍ରର ନନ୍ଦୁରବାର ଜିଲାରେ ମକରସଂକ୍ରାନ୍ତି ପାଳନ କରିବାକୁ ଯାଉଥିବା ଏକ ମଟରଚାଳିତ ନୌକା ବୁଡିଯାଇଥିବା ଜଣାପଡିଛି। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ମଙ୍ଗଳବାର ମହାରାଷ୍ଟ୍ରର ନନ୍ଦୁବାର ଜିଲା ଭୂଷଣ ଗ୍ରାମ ନିକଟରେ ଥିବା ନର୍ମଦା ନଦୀରେ ଏକ ମଟରଚାଳିତ ନୌକା ଓଲଟି ଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ କିଛି ଲୋକ ବଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନଦୀର ଗଭୀରତା ଅଧିକ ରହିଥିବାରୁ ବୁଡି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାପଡିଛି। ନୌକା ବୁଡିବା ଖବର ମିଳିବା ପରେ ସେହି ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଭିଡ ବଢିବାକୁ ଲାଗିଥିଲା।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories