www.samajalive.in
Sunday, December 7, 2025
23.1 C
Bhubaneswar

କୂଅ ମଧ୍ୟରୁ ନିଖୋଜ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ଅନ୍ତର୍ଗତ ରାହାଣିଆ ଗ୍ରାମର ଏକ କୂଅ ଭିତରୁ ଜଣେ ନିଖୋଜ ୨୧ ବର୍ଷୀୟା ଯୁବତୀଙ୍କ ମୃତ ଦେହ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣକ ହେଲେ ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ ଓ ସେ ଯୁକ୍ତ ୩ ପାସ କରିଥିବା ଜଣାପଡିଛି। ଘର ଠାରୁ ନିକଟରେ ଥବା ପଡ଼ୋଶୀଙ୍କ କୂଅ ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି। ଗତ କାଲି ଭୋର ଠାରୁ ଘରୁ ଯୁବତୀ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ବାପା ସୁରେନ୍ଦ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି କୂଅ ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି।

- Advertisement -

ଇତି ମଧ୍ୟରେ ମାହାଙ୍ଗା ପୋଲିସ ରାହାଣିଆ ଗ୍ରାମରେ ପହଂଚି ତଦନ୍ତ ଚଳାଇଛି। ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାକୁ କେହି ହତ୍ୟା କରିଛି ତାହା ଜଣାପଡ଼ିନାହିଁ। ତେବେ ଯୁବତୀ ଜଣକ କିଛିଦିନ ହେବ କୌଣସି କାରଣକୁ ନେଇ ଭୟଭୀତ ଅବସ୍ଥାରେ ରହିବା ସହ ରାତି ଅଧରେ ନିଦରୁ ଉଠି ବିଭିନ୍ନ କଥା କହୁଥିବା ତାର ସାନଭାଇ କହିଛନ୍ତି। ପୋଲିସ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ଜଣାପଡିବା ବୋଲି ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ ମୃତ ଯୁବତୀଙ୍କ ବାପା ପୂର୍ବରୁ ବହୁ ହତ୍ୟା ଘଟଣାରେ ଜଡିତ ଥିବା ଓ ଝିଅକୁ କୌଣସି ଏକ ଘଟଣାକୁ ନେଇ ମାରଧର କରିଥିବା ଗ୍ରାମବାସୀମାନଙ୍କ ଠାରୁ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, ବହୁବର୍ଷ ପୂର୍ବରୁ ମୃତକ ଜ୍ୟୋତିପ୍ରିୟାଙ୍କ ମା’ଙ୍କର ସନ୍ଦେହ ଜଣକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବହୁ ଦୁଃଖକଷ୍ଟରେ ଯୁକ୍ତ ୩ ପାସ କରିଥିବା ଜ୍ୟୋତିପ୍ରିୟା ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ବାପା ସୁରେନ୍ଦ୍ର ନାୟକ ଘରକୁ ଆସିବାକୁ ରାଜି ହେଉନଥିବାରୁ ସନ୍ଦେହ ପ୍ରକାଶ ପାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories