ମାଁ ସମଲେଶ୍ଵରୀଙ୍କ ରୂପା ଛତ୍ର ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ

ସମ୍ବଲପୁର : ମା’ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ରବିବାର ଏକ ପ୍ରେସ ବାର୍ତ୍ତାରେ ମାଁ ସମଲେଶ୍ଵରୀଙ୍କ ରୂପାର ଛତ୍ର ନିର୍ମାଣ ବିଷୟରେ ସୂଚନା ପ୍ରଦାନ କରାଯାଇଛି।  ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ସଞ୍ଜୟ ବାବୁ  କରିଛନ୍ତି ଯେ, ମାଁ ସମଲେଶ୍ଵରୀଙ୍କ ରୂପାର ଛତ୍ର ନିର୍ମାଣ ପାଇଁ ଶ୍ରୀ ଶ୍ରୀ ସମଲେଶ୍ଵରୀ ଦୁର୍ଗାପୂଜା କମିଟି ତରଫରୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ସନ୍ତୋଷ ପୃଷେଠ, ଦେବ କୁମାର ଅଜମେରିଆ, ଇଓ ପ୍ରେମରାଜ ପାଣଗ୍ରାହୀ ତଥା ଦଶହରା ପୂଜା କମିଟି ସଭାପତି ଅକ୍ଷୟ ରାୟ, ଉପସଭାପତି ସଘନ ରାୟ, ସମ୍ପାଦକ ପ୍ରିୟଦର୍ଶୀ ଇନ୍ଦ୍ରନିଲ,ସହ ସମ୍ପାଦକ ସଞ୍ଜୀବ ସିଂହ, ଧୀରେନ୍ଦ୍ର ମହାପାତ୍ର, ରିଙ୍କୁ ନାୟକ,ସଞ୍ଜୀବ ମହପାତ୍ର, ଅମ୍ବିକା ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.