www.samajalive.in
Monday, December 8, 2025
16.1 C
Bhubaneswar

ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ !

ସଂସାରର ଅନ୍ନଦାତ୍ରୀ ହେଉଛନ୍ତି ମା’ ଅନ୍ନପୂର୍ଣ୍ଣା । ମା’ ଅନ୍ନପୂର୍ଣ୍ଣାଙ୍କ କୃପାରୁ ସଂସାରର ସମସ୍ତ ପ୍ରାଣୀ ଭୋଜନ ପାଉଛନ୍ତି । ଭଗବାନ ବିଷ୍ଣୁ ସୃଷ୍ଟିର ପାଳନକର୍ତ୍ତା ହୋଇଥିବା ବେଳେ ପ୍ରଭୁ ମହେଶ୍ବର ମଧ୍ୟ ସଂସାରକୁ ନିଜ ପରିବାର ଭଳି ନିୟନ୍ତ୍ରଣ କରିଥାଆନ୍ତି । ସେହିପରି ଏହି ସୃଷ୍ଟି ରୂପକ ପରିବାରର ଗୃହସ୍ଥି ମା’ ଅନ୍ନପୂର୍ଣ୍ଣା ପରିଚାଳନା କରିଥାଆନ୍ତି । ମା’  ଅନ୍ନପୂର୍ଣ୍ଣାଙ୍କ ଉପାସନା କରିବା ଦ୍ବାରା ସମୃଦ୍ଧି, ସମ୍ପନ୍ନତା ଏବଂ ସନ୍ତୋଷ ପ୍ରାପ୍ତି ହୋଇଥାଏ । ଏହା ସହ ବୈରାଗ୍ୟ ଏବଂ ଆର୍ଶୀବାଦ ମିଳିଥାଏ ।

ଜାତକରେ ଦରିଦ୍ର ଯୋଗ ଓ ଗୁରୁ ଚଣ୍ଡାଳ ଯୋଗ ଥିଲେ ମା’ ଅନ୍ନପୂର୍ଣ୍ଣାଙ୍କ ଉପାସନା ଅବଶ୍ୟ କରନ୍ତୁ । ଯଦି ଜାତକରେ ଶନି ପଞ୍ଚମ, ଅଷ୍ଟମ ବା ଦ୍ବାଦଶ ସ୍ଥାନରେ ଥାଏ ତେବେ ମା’ ଅନ୍ନପୂର୍ଣ୍ଣାଙ୍କ ଉପାସନା କରିବା ଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।

- Advertisement -

ଏହି ଉପାୟରେ ମା’ ଅନ୍ନଦାତ୍ରୀଙ୍କ ପୂଜା କରିବା ଦ୍ବାରା ଦୂର ହୁଏ ଦରିଦ୍ରତା

ମା’ ଅନ୍ନଦାତ୍ରୀଙ୍କୁ ପ୍ରତିଦିନ ନଚେତ୍ କେବଳ ଗୁରୁବାର ଦିନ ପୂଜା କରନ୍ତୁ ।
ମା’ ଅନ୍ନଦାତ୍ରୀ ଫଟୋ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ ।
ଏହା ସହ ମା’ ଅନ୍ନଦାତ୍ରୀଙ୍କୁ ସମ୍ପର୍ଣ୍ଣ ଭୋଜନ ଭୋଗ ଲଗାନ୍ତୁ ।
ହେଲେ ଧ୍ୟାନ ରଖନ୍ତୁ ମା’ଙ୍କ ନିକଟରେ ଭୋଗ ଲଗାଇବା ପୂର୍ବରୁ ଘରର କୌଣସି ସଦସ୍ୟ ଯେପରି ଭୋଜନ ଗ୍ରହଣ କରିନଥିବେ ।
ଅନ୍ନପୂର୍ଣ୍ଣା ସ୍ତୋତ୍ର ପାଠ କରନ୍ତୁ ଏବଂ ଏହା ପରେ ମା’ଙ୍କ ନିକଟରେ ଅର୍ପଣ କରିଥିବା ଭୋଗକୁ ପ୍ରସାଦ ରୂପେ ଗ୍ରହଣ କରନ୍ତୁ ।

ମା’ ଅନ୍ନପୂର୍ଣ୍ଣା  ଦେବୀଙ୍କ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ 

ମା’ ଅନ୍ନପୂର୍ଣ୍ଣା  ଦେବୀଙ୍କୁ ପ୍ରାତଃ କାଳରେ ଏବଂ ସଂଧ୍ୟା କାଳରେ ପୂଜା କରିବା ଉଚିତ୍ ।
ପୂଜା ସମୟରେ ଧଳା, ନାଲି ଏବଂ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ପୂଜା ସମୟରେ ମା’କୁ ଦୂବ ଘାସ ଅର୍ପଣ କରନ୍ତୁ ।
ମା’ଙ୍କ ମନ୍ତ୍ର ଜପ କରିବା ସମୟରେ ଭୁଲରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ ।
ଘରର ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories