www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କବାଦୀଙ୍କଠାରୁ ମିଳିଲା ପାକିସ୍ତାନୀ ସେନା ବ୍ୟବହାର କରୁଥିବା ବନ୍ଧୁକ

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ଏପରି କି ଭାରତରେ ଆତଙ୍କବାଦକୁ ବିସ୍ତାର କରିବା ଲାଗି ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି। ଏଭଳି ପୁଣି ଏକ ପ୍ରମାଣ ଲାଗିଛି ଭାରତୀୟ ସେନା ହାତରେ। ଶୁକ୍ରବାର ଯବାନଙ୍କ ଗୁଳିରେ ନିହତ ହୋଇଥିବା ଜୈଶ ଆତଙ୍କବାଦୀଙ୍କଠାରୁ ଯେଉଁ ବନ୍ଧୁକ ମିଳିଛି ତାହା ପାକିସ୍ତାନୀ ସେନା ଦ୍ବାରା ବ୍ୟବହାର କରାଯାଉଛି, ଯାହା ଆତଙ୍କବାଦୀଙ୍କ ସହ ପାକ୍‌ ସେନାର ସମ୍ପର୍କକୁ ପ୍ରମାଣତି କରୁଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଶୁକ୍ରବାର ସକାଳେ ଜାମ୍ମ-କାଶ୍ମୀରର ବଡ଼ଗାମ ଜିଲାରେ ଏନକାଉଣ୍ଟରରେ ୨ ଜୈଶ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କଠାରୁ ଗୋଟିଏ ଆମେରିକା ନିର୍ମିତ ଏମ୍‌-୪ ରାଇଫଲ ଜବତ ହୋଇଛି। ଏହି ରାଇଫଲକୁ ପାକ୍‌ ସେନା ବ୍ୟବହାର କରୁଛି। ଆତଙ୍କବାଦୀଙ୍କ ନିକଟରେ ଏହି ରାଇଫଲ କିପରି ପହଞ୍ଚିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଗତ ୬ମାସ ମଧ୍ୟରେ ଆତଙ୍କବାଦୀଙ୍କଠାରୁ ଏଭଳି ରାଇଫଲ ଜବତ ହେବା ୨ୟ ଘଟଣା। ଗତବର୍ଷ ସୁରକ୍ଷାକର୍ମୀମାନେ ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ଉସମାନ ହାଇଦରଙ୍କଠାରୁ ଏପରି ଏକ ଆମେରିକା ନିର୍ମିତ ବନ୍ଧୁକ ଜବତ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories