www.samajalive.in
Sunday, December 7, 2025
23.1 C
Bhubaneswar

ଅପମିଶ୍ରିତ ରକ୍ତ :୫୦ପ୍ରତିଶତ ରକ୍ତ,୫୦ ପ୍ରତିଶତ ପାଣି

ନୂଆଦିଲ୍ଲୀ: ଅପମିଶ୍ରିତ ଖାଦ୍ୟ ପରେ ଏବେ ଅପମିଶ୍ରିତ ରକ୍ତ ବ୍ୟବସାୟରେ ସକ୍ରିୟ ହୋଇ ପଡ଼ିଛନ୍ତି ମାଫିଆ। ଉତ୍ତରପ୍ରଦେଶ ଏସଟିଏଫ ଦ୍ୱାରା ୫ଟି ର୍ୟାକେଟକୁ ଗିରଫ କରାଯାଇଛି। ଏହି ର୍ୟାକେଟ ୫୦ ପ୍ରତିଶତ ରକ୍ତରେ ୫୦ ପ୍ରତିଶତ ସାଲାଇନ ପାଣି ମିଶାଇ ଏହି ଅପମିଶ୍ରିତ ରକ୍ତ ପ୍ରସ୍ତୁତ କରୁଥିଲେ।
ଖାଦ୍ୟ ସୁରକ୍ଷା ଓ ଔଷଧ ନିୟନ୍ତ୍ରଣ ସଂସ୍ଥା ଓ ଏସଆଇଟି ଦ୍ୱାରା ମିଳିତ ଚଢଉରେ ଏହି ର୍ୟାକେଟ ଠାବ ହୋଇଛି।
ଉକ୍ତ ର୍ୟାକେଟ ସଂଗୃହିତ ରକ୍ତକୁ ଦ୍ୱିଗୁଣ କରିବା ପାଇଁ ଏଭଳି ଅଭିନବ ପନ୍ଥା ଆପଣେଇ ରୋଗୀଙ୍କୁ ବିକ୍ରି କରି ଦେଉଥିଲେ। ଏହି ରକ୍ତ ଗ୍ରହଣ କରିବା ଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବାବେଳେ ଅର୍ଥ ରୋଜଗାର ଅଭିପ୍ରାୟରେ ଏହି ର୍ୟାକେଟ ଏଭଳି ଘୃଣ୍ୟ କାର୍ଯ୍ୟରେ ସକ୍ରିୟ ଥିଲେ। ପ୍ରଫେସର ତୁଲିକା ଚନ୍ଦ୍ରା ଏହି ମାମଲାରେ ରୋଗୀଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ ସାଲାଇନ ପାଣି ଦ୍ୱାରା ରକ୍ତରେ ଲୋହିତ କଣିକାର ମାତ୍ରାକୁ କମାଇ ଦେଇଥାଏ ବୋଲି ସୂଚନା ଦେଇଛି। ଅର୍ଥାତ୍‍ ଯଦି ଜଣେ ରକ୍ତଦାତାଙ୍କ ରକ୍ତରେ ୧୨ ପ୍ରତିଶତ ହେମୋଗ୍ଲୋବିନ୍‍ ଥାଏ। ତେବେ ସାଲାଇନ ପାଣିର ମିଶ୍ରଣ ଦ୍ୱାରା ଏହା ୪ରୁ ୫ ପ୍ରତିଶତକୁ କମିଯିବ। ଫଳରେ ଜଣେ ରୋଗୀ ଯେତେ ଅଧିକ ଏଭଳି ରକ୍ତ ଗ୍ରହଣ କରିବ ତା’ର ଶରୀରରେ ସେତେ ମାତ୍ରାରେ ହେମୋଗ୍ଲୋବିନ କମିବାକୁ ଲାଗିବ।
ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନସୀମ ଏହି ର୍ୟାକେଟ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସକ୍ରିୟ ବୋଲି ସ୍ୱୀକାର କରିଛନ୍ତି। ତାଙ୍କ ରକ୍ତ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ପହଞ୍ଚି ଯାଇଥିବାବେଳେ ଏହି ରକ୍ତ ପରୀକ୍ଷା କରାଯାଉ ନଥିବାରୁ ଏଥିରେ ଏଡସ୍‍, ହେପାଟାଇଟିଜ ଓ ମ୍ୟାଲେରିଆ ପରି ଜୀବାଣୁ ଥିବାର ସମ୍ଭବମାନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories