www.samajalive.in
Sunday, December 7, 2025
26.1 C
Bhubaneswar

ରୋଷେଇ ଘରେ ପୁଣି ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ଦର

ଭୁବନେଶ୍ବର: ରୋଷେଇ ଘରେ ପୁଣି ପଡ଼ିଲା ମହଙ୍ଗା ମାଡ଼ । ରନ୍ଧ ଗ୍ୟାସ ଦର ପୁଣି ସରକାର ବୃଦ୍ଧି କରିଛନ୍ତି । ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି କରାଯାଇଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏଲପିଜି ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଥିବା କୁହାଯାଉଛି । କାରଣ ନିର୍ବାଚନ ପୂର୍ବରୁ କିଛି ମାସ ହେବ ରନ୍ଧ ଗ୍ୟାସ ଦର ସ୍ଥିର ରହିଥିଲା । ନିର୍ବାଚନ ଶେଷ ହେବା ପରେ ଏକାଥରେ ସିଲିଣ୍ଡର ପିଛା ୫୦ ଟଭ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ବର୍ତ୍ତମାନ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ଟଙ୍କା ରହିଛି । ପୂର୍ବରୁ ଭୁବନେଶ୍ବରରେ  ଏଲପିଜି ସିଲିଣ୍ଡର ମୂଲ୍ୟ ୯୨୬ଟଙ୍କା ରହିଥିଲା । ଅନ୍ୟପଟେ ଭୁବନେଶ୍ବର ପରି କୋଲକାତାରେ ମଧ୍ୟ ସିଲିଣ୍ଡର ମୂଲ୍ୟ ୯୭୬ଟଙ୍କା ରହିଛି । ଅନ୍ୟପଟେ ମୁମ୍ବାଇ ଓ ଦିଲ୍ଲୀରେ ସିଲିଣ୍ଡର ପିଛା ମୂଲ୍ୟ ୯୪୯.୫୦ ଟଙ୍କା ଥିବାବେଳେ ଚେନ୍ନାଇରେ ୯୬୫.୫୦ପଇସା ଏବଂ ଲକ୍ଷ୍ନୌରେ ୯୮୭.୫୦ପଇସା ରହିଛି ସିଲିଣ୍ଡରର ଦାମ୍‌ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories