www.samajalive.in
Sunday, December 7, 2025
26.1 C
Bhubaneswar

ଆଶ୍ୱସ୍ତି ଖବର : ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। ଦିଲ୍ଲୀରେ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍‌‌ ୯୧.୫୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ଦାମ୍‌‌ ୨,୦୨୮ ଟଙ୍କାରେ ମିଳିବ। ମାତ୍ର ଘରୋଇ ସିଲିଣ୍ଡର ଦାମ୍‌‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ଦେଶର ଗ୍ୟାସ କମ୍ପାନୀ ପ୍ରତ୍ୟେକ ମାସରେ ପହିଲାରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର କରିଥାଆନ୍ତି। ପେଟ୍ରୋଲିୟମ ଓ ତୈଳ କମ୍ପାନୀମାନେ ଚଳିତ ବର୍ଷ ମାର୍ଚ୍ଚରେ ବ୍ୟବସାୟିକ ସିଲିଣ୍ଡରର ଦାମ୍‌‌ ୩୫୦.୫୦ ପ୍ରତି ୟୁନିଟ୍‌‌ ବୃଦ୍ଧି ସହ ଘରୋଇ ସିଲିଣ୍ଡରର ଦାମ୍‌‌ ମଧ୍ୟ ୫୦ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ହୋଇଥିଲା।
ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ବ୍ୟବସାୟିକ ସିଲିଣ୍ଡରରେ ୨୫ ଟଙ୍କା ପ୍ରତି ୟୁନିଟ୍‌‌ ବୃଦ୍ଧି ହୋଇଥିଲା। ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ଥର ୯୧.୫୦ ଟଙ୍କା ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା।
ଅଗଷ୍ଟ୧ରେ ୨୦୨୨ରେ ମଧ୍ୟ ସିଲିଣ୍ଡର ଦାମ୍‌‌ ୩୬ ଯଙ୍କା ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା। ସେହିପରି ଜୁଲାଇ ୬ରେ ବ୍ୟବସାୟିକ ସିଲିଣ୍ଡର ଦାମ୍‌‌ ୮.୫ ପ୍ରତି ୟୁନିଟ୍‌‌ ହିସାବରେ ହ୍ରାସ ହୋଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories