ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳ ଏସଆଇଆର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ସହ ପ୍ରତିବାଦ କରିଥିଲେ । ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ମୁଲତବୀ କରାଯାଇଥିଲା ।
ଗୃହରେ ଏସଆଇଆର ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି । ବିରୋଧୀ ଦଳ ଦାବି କରୁଛନ୍ତି ଯେ ଅନ୍ୟ ସମସ୍ତ ପ୍ରସଙ୍ଗକୁ ବାଦ ଦିଆଯାଉ ଏବଂ ବର୍ତ୍ତମାନ ୧୨ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏସଆଇଆର ଉପରେ ପ୍ରଥମେ ଗୃହରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି ।
ଲୋକସଭାରେ ଏସଆଇଆରକୁ ନେଇ ବିରୋଧ ପ୍ରଦର୍ଶନ କରିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଆଇଆର ପ୍ରସଙ୍ଗରେ ଆଲୋଚନା କରିବାକୁ ଡରୁଛନ୍ତି ।



