www.samajalive.in
Tuesday, December 9, 2025
17.1 C
Bhubaneswar

କଟକଣାରେ ୪ ଜିଲା, ୧ ସହର – ଜାରି ହେଲା ସଂଶୋଧିତ ନିର୍ଦ୍ଦେଶନାମା

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ୩୧ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗରରେ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ଜାରି କରିଛନ୍ତି। ଲକଡାଉନ ସମୟରେ ରାଜ୍ୟ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁସାରେ, ଯେଉଁ କଟକଣା ଜାରି ହୋଇଥିଲା ସେଥିରେ ଆଜି ଆଂଶିକ ସଂଶୋଧନ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିଛନ୍ତି।

ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ଉପଯୁକ୍ତ ପରିଚୟ ପତ୍ର ଥାଇ ଟେଲିକମ ଓ ଇଣ୍ଟରନେଟ ସେବା ଯୋଗାଣକାରୀ ସେମାନଙ୍କ ମେଣ୍ଟେନାନ୍ସ କାର୍ୟ୍ୟାଳୟର କର୍ମଚାରୀ ଯଥାରୀତି ଚଳପ୍ରଚଳ କରିପାରିବେ। ଡାଟା ଓ କଲ ସେଣ୍ଟର, ବ୍ୟାଙ୍କ, ବୀମା ଓ ସେବା ସଂସ୍ଥା ସହିତ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ୨୫ ପ୍ରତିଶତରୁୁ କମ କର୍ମଚାରୀରେ ଅତ୍ୟାବଶ୍ୟକ ବ୍ୟାଙ୍କ କାରବାର ଓ ଏଟିଏମ କାର୍ୟ୍ୟ ତୁଲାଇବାକୁ ଅନୁମତି ଦିଆଯାଇଛି। ସର୍ବନିମ୍ନ ଷ୍ଟାଫରେ ସିକୁରିଟି ଓ ଏକ୍ସଚେଞ୍ଜ ବୋର୍ଡ଼ ଅଫ ଇଣ୍ଡିଆ(ସେବି) ଦ୍ବାରା ଜାରି ବିଜ୍ଞପ୍ତି ଅନୁସାରେ ପୁଞ୍ଜି ଓ ଋଣ ବଜାର ସେବା ଚାଲିପାରିବ।

- Advertisement -

ଖୁବ୍ କମ୍‌ ସଂଖ୍ୟକ କର୍ମଚାରୀରେ କମ୍ପଟ୍ରୋଲର ଓ ଅଡ଼ିଟର ଜେନେରାଲ ଅଫ ଇଣ୍ଡିଆ‌ ଏବଂ ଏହାର କ୍ଷେତ୍ର କାର୍ୟ୍ୟାଳୟ କାର୍ୟ୍ୟକ୍ରମ ଜାରି ରଖିବେ। ସାଧାରଣ ପ୍ରଶାସନ ଦ୍ବାରା ଜାରି ନିର୍ଦେଶ ଅନୁସାରେ ସବୁ ସରକାରୀ କାର୍ୟ୍ୟାଳୟ ଓ ଅଧସ୍ତନ ସଂସ୍ଥା କାର୍ୟ୍ୟ ପରିଚାଳନା କରିବେ। ଅଳ୍ପ ସଂଖ୍ୟକ କର୍ମଚାରୀରେ ୟୁଏନ ସଂସ୍ଥାର କାର୍ୟ୍ୟାଳୟ ଚାଲିପାରିବ। ଖଣି କାର୍ୟ୍ୟକ୍ରମ ଜାରି ରହିବ। ଫଳ, ମାଛ, ମାଂସ ଓ ଅଣ୍ଡା ଦୋକାନ ସକାଳ ୬ରୁ ଦିନ ​​‌ଗୋଟାଏ ପର୍ୟ୍ୟନ୍ତ ଖୋଲିପାରିବ। କିନ୍ତୁ ସାମାଜିକ ଦୂରତ୍ବ ଏବଂ କୋଭିଡ଼ ୧୯ ଅନ୍ୟାନ୍ୟ ନିୟମାବଳି କଡ଼ାକଡ଼ି ପାଳନ କରିବାକୁ ହେବ। ସ୍ଥାନୀୟ କର୍ତ୍ତୃପକ୍ଷ ଏହାର ତଦାରଖ କରିବା ସହିତ କୌଣସି ସ୍ଥାନରେ ଯେପରି ନିୟମର ଉଲ୍ଲଘଂନ ନହେବ ତାହା ନିଶ୍ଚିତ କରାଇବେ। ଏଥିସହିତ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ଆବଶ୍ୟକ ପଡ଼ିଲେ ପାରମ୍ପରିକ ବଜାରଠାରୁ ଦୂରକୁ ମାଛ, ମାଂସ ଓ ଚିକେନ ଦୋକାନ ସ୍ଥାନାନ୍ତର କରିପାରିବେ। ଶୀତଳ ଭଣ୍ଡାର, ପଣ୍ୟାଗାର ଏବଂ ପ୍ୟାକେଜିଂ ୟୁନିଟ ଓ ସେ ସଂକ୍ରାନ୍ତ ପରିବହନ ଚାଲିପାରିବ ବୋଲି ଅନୁମତି ଦିଆଯାଇଛି। ଘରୋଇ ନିରାପତ୍ତା ସେବା ମୁତୟନ କରାଯାଇପାରିବ। ଅବକାରୀ ବିଭାଗର ପ୍ରଚଳିତ ନିୟମାବଳି ଅନୁସାରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ମଦ ହୋମ ଡ଼େଲିଭରି କରିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories