www.samajalive.in
Sunday, December 7, 2025
23.1 C
Bhubaneswar

ଏସଆଇ ନିଯୁକ୍ତ ଦୁର୍ନୀତି ମାମଲା: ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ନାଁରେ ଏଲଓସି, ୧୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଫେରାର ଥିବା ମୁଖୃ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନା ମହାନ୍ତି ନାଁରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି କରିଛି କ୍ରାଇମବ୍ରାଞ୍ଚ। ଶଙ୍କର ଧରାପଡ଼ିଲେ ଏହି ଦୁର୍ନୀତିର ଗୁମର ଖୋଲିବ। ହେଲେ ଶଙ୍କରର ପତ୍ତା ପାଉନି କ୍ରାଇମବ୍ରାଞ୍ଚ। ତେଣୁ ଉଭୟଙ୍କୁ ଧରିବା ଲାଗି କ୍ରାଇମବ୍ରାଞ୍ଚ ଜାଲ ବିଛାଇବାରେ ଲାଗିଛି।

ଅନ୍ୟପଟେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୧୦ ଜଣଙ୍କ  ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଦେଇଛି କ୍ରାଇମବ୍ରାଞ୍ଚ। ଏସବୁ ଆକାଉଣ୍ଟ ଗିରଫ ହୋଇଥିବା ମଧ୍ୟସ୍ଥ ଏବଂ ଫେରାର ଥିବା ଅଭିଯୁକ୍ତମାନଙ୍କର ବୋଲି କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତ ପାଇଁ ପରୀକ୍ଷା ହେବା ପୂର୍ବରୁ ଏହାର ପରିଚାଳନା ଦାୟିତ୍ଵ ନେଇଥିବା ପଞ୍ଚସଫ୍ଟ କମ୍ପାନୀ ପରୀକ୍ଷାର୍ଥୀମାନଙ୍କୁ ସ୍ଵତନ୍ତ୍ର ତାଲିମ ଦେବାକୁ ଆନ୍ଧ୍ରପ୍ରଦେଶ ନେଇଥିବାବେଳେ ପୁଳିସ ସେମାନଙ୍କୁ ଗିରଫ କରିଥିଲା। ଏହି ଚାକିରି ଦେବା ପାଇଁ କୋଟି କୋଟି ଟଙ୍କାର କାରବାର ହୋଇଥିବା ସାମ୍ନାକୁ ଆସିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories