ନୂଆଦିଲ୍ଲୀ(ବ୍ୟୁରୋ): ଓଡ଼ିଆ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କୁ କବିତା ସଙ୍କଳନ ‘କେତେ ଫୁଲ ଫୁଟିଛି’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ମିଳିଛି । ସ୍ଥାନୀୟ ତ୍ରିବେଣୀ କଳାସଙ୍ଗମରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ପାଢ଼ୀଙ୍କ ସମେତ ୨୪ଟି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କୃତ କରାଯାଇଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ୫୦ହଜାର ଟଙ୍କାର ଚେକ୍ ଏବଂ ଏକ କାଂସ୍ୟ ଫଳକ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ବିଶିଷ୍ଟ ଗୁଜୁରାଟୀ ଲେଖିକା ବର୍ଷା ଦାସଙ୍କ ସମେତ ସାହିତ୍ୟ ଅକାଦେମି ସଭାପତି ମାଧବ କୌଶିକ, ସମ୍ପାଦିକା ପଲ୍ଲବୀ ପ୍ରଶାନ୍ତ ହୋଲକର, ଉପସଭାନେତ୍ରୀ କୁମୁଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



