www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ସୁପରମାର୍କେଟରେ ଲୋକେ କିଣୁଥିଲେ ଜିନିଷ, ହଠାତ୍‌ ପଶି ଆସିଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁ ଓ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ବେଶ ଭୟଭୀତ ମଧ୍ୟ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଯେ କେହି ଭୟଭୀତ ହେବା ସାଧାରଣ କଥା ।
ଭିଡିଓରେ ଦେଖିପାରିବେ ଆଫ୍ରିକାର ଏକ ସୁପରମାର୍କେଟରେ ହଠାତ୍‌ ଏକ ବିଶାଳକାୟ ସିଂହ ପଶି ଆସୁଛି ।

ସାଧାରଣତଃ ମଲ୍‌ ହେଉ କି ସୁପରମାର୍କେଟ ଏସବୁ ସ୍ଥାନକୁ ଲୋକେ ଜିନିଷପତ୍ର କିଣିବା ପାଇଁ ଯାଆନ୍ତି । ଏଠାରେ ଏଭଳି ଘଟଣା ଘଟିବା ନେଇ କେହି କଳ୍ପନା ମଧ୍ୟ କରିନଥିବେ । ସିଂହକୁ ଦେଖିବା ମାତ୍ରେ ଗ୍ରାହକ, କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ଭୟ ଓ ହଇଚଇ ସୃଷ୍ଟି ହୋଇଥିଲା । ଲୋକେ ନିଜ ଜୀବନ ରକ୍ଷା କରିବାକୁ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ସିଂହଟି ଗେଟ୍‌ ଦ୍ୱାରା ସୁପରମାର୍କେଟ ଭିତରକୁ ପଶି ସିଧାସଳଖ ମାଂସ ରଖାଯାଇଥିବା ସ୍ଥାନ ଆଡକୁ ଯାଉଛି ।

- Advertisement -

ସିଂହଟିକୁ ଦେଖିଲେ ସେ ଭୋକିଲା ଭଳି ମନେ ହେଉଛି । ସିଂହ ମାଂସ ରଖାଯାଇଥିବା ସ୍ଥାନକୁ ଯାଉଛି, ସେଠାରୁ ମାଂସ ନେଇ ପ୍ୟାକେଟ୍‌ରୁ ଖାଇବାକୁ ଲାଗୁଛି । ସମ୍ପୂର୍ଣ୍ଣ ଘଟଣା ସୁପରମାର୍କେଟର ସିସିଟିଭିରେ କଏଦ ହୋଇଛି । ଏହି ସୁପରମାର୍କେଟଟି ଜଙ୍ଗଲ ନିକଟରେ ରହିଛି ବୋଲି କୁହାଯାଉଛି । ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିଂହକୁ କାବୁ କରିବା ସହ ଜଙ୍ଗଲରେ ଛାଡି ଥିଲେ । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଶନି କରିବେ ସିଧା ଚଳନ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ସନ୍ତାନ ସୁଖ, କିଣିବେ ଘର,ଗାଡି..

ଦୃଶ୍ୟମ୍‌ ଫିଲ୍ମରୁ କମ୍‌ ନୁହେଁ ; ବୋହୂକୁ ହତ୍ୟା କରି ଏମିତି ପୋତିଥିଲେ ମୃତଦେହ

ବାଂଲାଦେଶ ଓ ପାକିସ୍ତାନ ସହ ଚୀନର ଖାସ୍‌ ବୈଠକ

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories