www.samajalive.in
Sunday, December 7, 2025
23.1 C
Bhubaneswar

ବହୁଦିନ ବିତିଗଲା ପରେ କିଛିଟା ଆଶାର ସଞ୍ଚାର… ୧୦୦ ଏକର ଚାଷଜମି ପାଇଁ ଉଠା ଜଳାସଚନ ବ୍ୟବସ୍ଥା

ବରପାଲି : ବରପାଲି ବ୍ଲକ ଚିର ମରୁଡି ପ୍ରପଡ଼ିତ  ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଉଠା ଜଳାସଚନ ମାଧ୍ୟମରେ ୧୦୦ ଏକର ଚାଷଜମିରେ କେନାଲ ପାଣି ପହଞ୍ଚାଇବାର ପ୍ରକଳ୍ପ କାମ ଆରମ୍ଭ ହେବ ଜଣାପଡ଼ିଛି। ଖବରଟି ଜଣାପଡ଼ିଲାପରେ ସ୍ଥାନିୟ ବୀର ବଜରଙ୍ଗବଲୀ ପାଣିପଞ୍ଚାୟତ ପକ୍ଷରୁ ଏକ ଆଲୋଚନା ବେଠକର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୂଖ୍ୟଅତିଥି ରୂପେ ବରପାଲି ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର ଯୋଗ ଦେଇ ଉଦଘାଟନ କରିଥିଲେ। ପଞ୍ଚାୟତ ବରିଷ୍ଠ ସଦସ୍ୟ ଗଣେଷ ବେହେରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟି ପରିଚାଳିତ ହୋଇଥିଲା। ଚାଷୀ କୂଳ ବହୁ ଦିନର ଆଶା ସାକାର ହେବାକୁ ଯାଉଥିବାରୁ ସଦସ୍ୟ ମାନେ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

ମୂଖ୍ୟଅତିଥି ଦଫାଦାର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁଥିବା ଜଳସେଚନ ପ୍ରକଳ୍ପ ଅଞ୍ଚଳର ୧୦୦ ଏକର ଚାଷଜମି ନିଶ୍ଚିତ ଭାବରେ ଜଳସେଚିତ ହୋଇପାରିବ ବୋଲି କହିଥିଲେ। ଆଗାମୀ ଦିନରେ ଆମକୁ ପାଣି ପାଇଁ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ଆପଣମାନଙ୍କ ବହୁଦିନର ଆଶା ଓ ପରିଶ୍ରମ ସାର୍ଥକ ହେବାକୁ ଯାଉଛି ଚାଷୀ ମୁହଁରେ ହସ ଝଲସିବ ବୋଲି କହିଥିଲେ। ଚାଷୀ ଓ ଚାଷ କାର୍ଯ୍ୟରେ କୃଷି ବିଭାଗୀୟ କର୍ମକର୍ତ୍ତା ମାନଙ୍କ ଅସ୍‍ହଯୋଗ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା। ସଭାରେ ଉପସ୍ଥିତ ସଦସ୍ୟ ମାନେ ଜଳସେଚନ ବ୍ୟବସ୍ଥାର ଉଚିତ ପରିଚାଳନା ଓ ପାଣିର ସଠିକ ସ୍ରୋତ  ପହଞ୍ଚିବା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ମାନ ପଚାରି ବୁଝିଥିଲେ। ଏହି ଅବସରରେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ନିମନ୍ତେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା। କମିଟିରେ ସଭାପତି ପରମେଶ୍ୱର ବେହେରା,ସଂପାଦକ ସୁଦାମ ବେହେରା, କୋଷାଧ୍ୟକ୍ଷ ଅନ୍ତ ବେହେରାଙ୍କ ସମେତ ଅନ୍ୟ ସମସ୍ତ ୬୦ଜଣ ସଦସ୍ୟ ସ୍ଥାୟୀ ସଭ୍ୟ ରହିଥିଲେ। ପରେ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories