www.samajalive.in
Tuesday, December 9, 2025
16.1 C
Bhubaneswar

ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

ଜୟପୁର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ନିଖୋଜ ହୋଇଯାଇଥିବା ଉତ୍ତରପ୍ରଦେଶ ଶାହାଜାହାନପୁର ବିଶ୍ଵବିଦ୍ୟାଳୟର ଆଇନ ଛାତ୍ରୀ ଶୁକ୍ରବାର ରାଜସ୍ଥାନରୁ ଉଦ୍ଧାର ହୋଇଛନ୍ତି। ଛାତ୍ରୀ ଜଣକ ରାଜସ୍ଥାନରେ ଥିବା ନେଇ ଉତ୍ତର ପ୍ରଦେଶ ପୁଲିସର ଏକ ଟିମକୁ ସୂଚନା ମିଳିବା ପରେ ପୁଲିସ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରିଛି। ଛାତ୍ରୀ ଜଣଙ୍କ ତାଙ୍କର ଜଣେ ସାଙ୍ଗଙ୍କ ସାଥୀରେ ଥିଲେ। ଛାତ୍ରୀ ଜଣକ ନିଖୋଜ ହୋଇଯିବା ପରେ ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିଲା। ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିବାରୁ ତାଙ୍କୁ ଅପହରଣ କରିନିଆଯାଇଥିବା ସନ୍ଦେହ କରାଯାଉଥିଲା। ଶୁକ୍ରବାର ତାଙ୍କୁ ଉଦ୍ଧାର କରାଯିବା ପରେ ପୁଲିସ ପଚରାଉଚରା କରିବା ଲାଗି ଶାହାଜାହାନପୁର ଆଣି ଆସୁଛି।

ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଅନେକ ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ନେଇ ସେ ଭିଡିଓରେ ଅଭିଯୋଗ କରିଥିଲେ। ଏହା ପରେ ଚିନ୍ମୟାନନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ତେବେ ଅଭିଯୋଗ ପରେ ଛାତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉଭୟେ ନିଖୋଜ ଥିବାରୁ ଗତ ବୁଧବାର କେତେଜଣ ଓକିଲ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରି ହସ୍ତକ୍ଷେପ କରିବାକୁ ଆବେଦନ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି। ଶୁକ୍ରବାର ଏହି ପିଟିଶନ ଉପରେ ଶୁଣାଣି ହେବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories