ଭୁବନେଶ୍ବର: ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିବା ଘଟଣାରେ ଦେଶବାସୀ ଏହାକୁ ସ୍ବାଗତ କରିଥିବା ବେଳେ ରାଜ୍ୟରେ ମଧ୍ୟ ନେତା ମନ୍ତ୍ରୀ ତେଲେଙ୍ଗାନା ପୁଲିସକୁ ଭୂରିଭୂରି ପ୍ରଶଂସା କରିଛନ୍ତି। ଏହି ଏନକାଉଣ୍ଟରକୁ ସମର୍ଥନ ଜଣାଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମୁଁ ବହୁତ ଖୁସୀ। ଏନେଇ ମାନବାଧିକାର କମିଶନ କଣ କହିବେ ମୁଁ ଜାଣିନାହିଁ। ଏଭଳି ଅପରାଧ ପ୍ରତି ଅନ୍ୟ ଦେଶରେ କଠୋର ଦଣ୍ଡ ରହିଛି। କେଉଁଠି ଗୁଳି କରାଯାଉଛି ତ ଅନ୍ୟ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଆମ ଦେଶରେ ବି କଠୋର ଆଇନ ହେବା ଉଚିତ୍। କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡାଇବା ଅପେକ୍ଷା ସେମାନଙ୍କୁ ଏନକାଉଣ୍ଟର କରାଯାଇଥିବାରୁ ମୁଁ ଭାବୁଛି କଠୋର ଦଣ୍ଡ ମିଳିଛି। ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି ଉଚିତ୍ ପଦକ୍ଷେପ ନିଆଯାଇଛି।
ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ ଜଣାଇଲେ ରାଜ୍ୟ ଆଇନ ମନ୍ତ୍ରୀ
Popular Categories



