ପ୍ରଥମ ଫ୍ଲେକ୍ସି ଇନ୍ଧନ ହାଇବ୍ରିଡ୍ ବିଦ୍ୟୁତ୍ ଚାଳିତ ଯାନର ପାଇଲଟ ପ୍ରକଳ୍ପ ଉଦଘାଟିତ
ଡେସ୍କ: ଟୋୟଟାର ପ୍ରଥମ ଫ୍ଲେକ୍ସି ଇନ୍ଧନ ହାଇବ୍ରିଡ୍ ବିଦ୍ୟୁତ୍ ଚାଳିତ ଯାନର ପାଇଲଟ ପ୍ରକଳ୍ପକୁ ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଉଦ୍ଘାଟନ କରିଛନ୍ତି। ଏହି ଯାନ ଗୁଡ଼ିକ ୧୦୦% ପେଟ୍ରୋଲ୍ ଏବଂ ୨୦ରୁ ୧୦୦% ମିଶ୍ରିତ ଇଥାନଲ୍ ଓ ବିଦ୍ୟୁତ୍ ଶକ୍ତିରେ ଚାଲିବ। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି, ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ବିଦ୍ୟୁତ୍ ଚାଳିତ ଯାନ ନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱ ନେତା ହେବ।
ଶ୍ରୀ ଗଡ଼କରୀ କହିଛନ୍ତି, ଏହି କାରିଗରୀ ବିଦ୍ୟା ଅଭିନବ, ବିପ୍ଳବାତ୍ମକ, ନିରନ୍ତର, ଶସ୍ତା ଓ ଅଳ୍ପ ଶକ୍ତି ବ୍ୟବହାର ଦ୍ୱାରା ପରିଚାଳିତ ହେବ ଏବଂ ନୂଆ ଭାରତ ସୃଷ୍ଟି କରିବ। ସେ କହିଛନ୍ତି, ଆତ୍ମନିର୍ଭର ଭାରତ ପାଇଁ ଶତକଡ଼ା ୬ରୁ ୮% କୃଷି ଅଭିବୃଦ୍ଧି ହାର ଆବଶ୍ୟକ ରହିଛି। ବଳକା ଖାଦ୍ୟଶସ୍ୟ ଓ ଚିନିକୁ ଗ୍ରାମ୍ୟ ଅର୍ଥନୀତିରେ ବିକାଶ ପାଇଁ ଇଥାନଲରେ ପରିବର୍ତ୍ତନ କରିବାକୁ ପଡ଼ିବ। କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ଭୂପେନ୍ଦ୍ର ଯାଦବ, ରାମେଶ୍ୱର ତେଲି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ।
Comments are closed.