www.samajalive.in
Tuesday, December 9, 2025
23.1 C
Bhubaneswar

ଉନ୍ନାଓ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ; ଭଉଣୀଙ୍କୁ ମିଳିବ ସରକାରୀ ଚାକିରି, ଭାଇଙ୍କୁ ବନ୍ଧୁକ ଲାଇସେନ୍ସ

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ପୀଡ଼ିତାଙ୍କ ପରିବାରର  ଦାବି ପୂରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଅନ୍ତିମ ସଂସ୍କାର କରିବା ପାଇଁ ରାଜି ହୋଇଥିଲେ। ପ୍ରସାଦ ମୌର୍ଯ୍ୟ ଏବଂ ମନ୍ତ୍ରୀ କମଲ ରାନୀ ବରୁଣ ପୀଡ଼ିତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।

କମିଶନର ମୁକେଶ ମେଶ୍ରାମ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ପୀଡ଼ିତାଙ୍କ ଭାଇଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ତ୍ଵରିତ୍ଵ ବିଚାର ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପୀଡ଼ିତାଙ୍କ ପରିବାର ଅନ୍ତିମ ସଂସ୍କାର ପାଇଁ ମାନିଥିଲେ।

- Advertisement -

ସୂଚନାଯୋଗ୍ୟ, ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବବେଳେ ପୀଡ଼ିତାଙ୍କ ଭଉଣୀ ମୁଖ୍ୟମନ୍ତ୍ରୀ ଆସିବା ପାଇଁ ଦାବି କରିଥିଲେ। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏଠାକୁ ନ ଆସିଛନ୍ତି, ସେ ଯାଏ ଅନ୍ତିମ ସଂସ୍କାର ହୋଇପାରିବ ନାହିଁ ବୋଲି ସେ ଜିଦରେ ଅଡ଼ିବସିଥିଲେ। ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ବୋଲି ଜିଦ୍‌ କରିଥିଲେ। ଏପରି କି ତାଙ୍କ ଭଉଣୀ ସରକାରୀ ଚାକିରି କରିବାର ଥିଲା। ତେଣୁ ପରିବାରର ଜଣକୁ ସରକାରୀ ଚାକିରି ଦେବା ସହିତ ଅଭିଯୁକ୍ତମାନଙ୍କୁ ତୁରତ୍ଵ ଫାଶୀ ଦଣ୍ଡଦେବା ଜରୁରୀ। ପୀଡ଼ିତାଙ୍କ ବାପା ମଧ୍ୟ ସମାନ ଦାବିରେ ଅଡିବସିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories