www.samajalive.in
Sunday, December 7, 2025
14.1 C
Bhubaneswar

ଭାରତ ଆସୁଛନ୍ତି ମହିନ୍ଦା ରାଜପକ୍ଷେ – ଏଜେଣ୍ଡାରେ ରହିଛି ପ୍ରତିରକ୍ଷା ସମେତ ପ୍ରମୁଖ ପ୍ରସଙ୍ଗ

ସମାଜ ପୋର୍ଟାଲ ଡେସ୍କ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଭାରତକୁ ପାଞ୍ଚ ଦିନ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିବେ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କରଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ତାଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଗତ ନଭେମ୍ବର ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ରାଜପକ୍ଷେଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ହେବ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏକ ୧୦ ଜଣିଆ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି। ଗତ ବର୍ଷ ନଭେମ୍ବରରେ ଭାରତ ପକ୍ଷରୁ ଘୋଷଣା କରାଯାଇଥିବା ୪୫୦ ମିଲିଅନ ଡଲାର ସହାୟତାରେ ହେବାକୁ ଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ଏହି ଗସ୍ତ କାଳରେ ଆଲୋଚନା ହେବ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦୃଢ ସମ୍ପର୍କ ରହିଛି ଏବଂ ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ କରିବା ଲାଗି ବାଣିଜ୍ୟ, ପ୍ରତିରକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ପ୍ରସଙ୍ଗ ଆଲୋଚନା ହେବ। ବିଶେଷ ଭାବରେ ମଧ୍ୟପ୍ରଦେଶର ସାଁଚୀକୁ କଲମ୍ବୋରୁ ବିମାନ ସେବା ଆରମ୍ଭ ନେଇ ମଧ୍ୟ କଥାବାର୍ତ୍ତା ହେବ। ଗସ୍ତ ସମୟରେ ରାଜପକ୍ଷେ ବାରଣାସୀ,ସାରନାଥ, ବୋଧଗୟା ଏବଂ ତିରୁପତି ଐତିହାସିକ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories