www.samajalive.in
Sunday, December 7, 2025
23.1 C
Bhubaneswar

ନୂତନ ଖେଳ ପଡିଆର ଭୂମିପୂଜନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ଲାଞ୍ଜିଗଡ଼ ସ୍ଥିତ ବଂଶଧାରା ନଦୀ କୂଳରେ ଥିବା ପ୍ରସ୍ତାବିତ ଖେଳପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ସହଯୋଗରେ ଭୂମିପୂଜନ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ସମିତି ସଭ୍ୟା ସୁମତି ମାଝୀ, ନାଏବ ସରପଞ୍ଚ ହରି ତାଣ୍ଡି, ସମାଜସେବୀ ସୁବାସ ଅଗ୍ରୱାଲ, ସମେତ ଅଞ୍ଚଳର ଯୁବ ଗୋଷ୍ଠୀ ତଥା ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଲାଞ୍ଜିଗଡ଼ ଅଞ୍ଚଳରେ ଏକ ଖେଳ ପଡିଆ ନଥିବା ଯୋଗୁଁ କ୍ରୀଡ଼ାବିତ ମାନେ ନିରାଶ ଅନୁଭବ କରୁଥିଲେ। ଖେଳିବା ପାଇଁ ସଦା ସର୍ବଦା ଅନ୍ୟ ଗ୍ରାମର ଖେଳପଡିଆ ଉପରେ ନିର୍ଭର କରୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଥିଲେ।

ଏହାକୁ ନେଇ ଗତ ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ ଅଞ୍ଚଳ ଦିନିକିଆ ଗସ୍ତରେ ଆସିଥିବା ବେଳେ ଲାଞ୍ଜିଗଡ ଯୁବ ଗୋଷ୍ଟି ଖେଳପଡିଆ ପାଇଁ ଲିଖିତ ଅଭିଯୋଗ କରିବା ସହ ଆକୁଳ ନିବେଦନ କରିଥିଲେ। ଲାଞ୍ଜିଗଡରେ ଖେଳ ପଡ଼ିଆର ଅତ୍ୟନ୍ତ ଆବଶ୍ୟକ ରହିଥିବା ବେଳେ ଯୁବ ଖେଳାଳିଙ୍କ ଉତ୍ସାହ ଦେଖି ବିଧାୟକ ଶ୍ରୀ ଦିଶାରୀ ଅତିଶୀଘ୍ର ଖେଳ ପଡିଆ ପାଇଁ ସତ ପ୍ରତିଶତ ଚେଷ୍ଟା କରିବି ବୋଲି ଖେଳାଳିଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ମାତ୍ର ୬ ମାସ ମଧ୍ୟରେ ବିଧାୟକ ଶ୍ରୀ ଦିଶାରୀ ନିଜ ପ୍ରତିଶ୍ରୁତି ରଖିଲେ।ଆଜି ଖେଳ ପଡ଼ିଆର ଭୁମିପୂଜନ ହୋଇଥିଲା। ପ୍ରସ୍ତାବିତ ଖେଳପଡିଆ ଏହାର ଆବଶ୍ୟକତା ପୂରଣ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ଅଞ୍ଚଳର ଯୁବ ଗୋଷ୍ଠୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପାଇଥିବା ବେଳେ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀଙ୍କୁ ସାଧୁବାଦ ଜଣାଇଛନ୍ତି।ଆଗାମୀ ଦିନରେ ଲାଞ୍ଜିଗଡ଼ ଅଞ୍ଚଳରେ ମିନି ଷ୍ଟାଡିୟମ ପାଇଁ ଏହି ଖେଳ ପଡିଆ ପଥ ପରିଷ୍କାର କରିବ ବୋଲି ମତ ପ୍ରକାଶ ପାଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories