www.samajalive.in
Sunday, December 7, 2025
26.1 C
Bhubaneswar

ମୂଷାନାଳ ସମେତ ୫ଟି ସ୍ଥାନରେ ୧୦ ଦିନ ହେଲା ନାହିଁ ବିଏସଏନଏଲ ନେଟୱର୍କ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ମୂଷାନାଳ ସମେତ ବନ୍ଧପାରି, ମାଣ୍ଡିଆରୁଚା, ସିଦ୍ଧିପଦର ଓ ଗୋଇଚର୍ଚ୍ଚା ଆଦି ୫ଟି ସ୍ଥାନରେ ଆଜିକୁ ୧୦ ଦିନ ହେଲା ରାସ୍ତା କଡରେ ନିଆଁ ଲାଗି ମାଣ୍ଡିଆରୁଚା ନିକଟରେ ବିଏସଏନଏଲ କେବୁଲ ପୋଡି ଯିବାରୁ ବିଏସଏନଏଲ ନେଟୱର୍କ ନାହିଁ। ଫଳରେ ୭ ହଜାରରୁ ଅଧିକ ଲୋକେ ବିଏସଏନଏଲ ସେବାରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବ୍ଲକର ଘାଟି ଅଞ୍ଚଳର ମୂଷାନାଳ ଏକ କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଷ୍ଟେଟବ୍ୟାଙ୍କ ସମେତ ବିଭିନ୍ନ ପ୍ରକାରର ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ଏହି ଅଞ୍ଚଳ ପାଇଁ ନେଟୱର୍କ ସେବା ସ୍ୱପ୍ନ ସଦୃଶ ରହିଥିବାବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ କିଛି ବର୍ଷ ହେଲା ବିଏସଏନଏଲ କମ୍ପାନୀ ଟାୱାର ସ୍ଥାପନ କରି ବର୍ତ୍ତମାନ ବିଏସଏନଏଲ ସେବା ଯୋଗାଇ ଆସୁଥିଲା। କିନ୍ତୁ ବିଏସଏନଏଲ ନେଟୱର୍କ ପ୍ରତି ମାସରେ ୫ରୁ ୬ଦିନ ନେଟୱର୍କ ଉଭାନ ହୋଇଯାଉଛି।

ବିଏସଏନଏଲ ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବାବେଳେ ଏହି ଦୁର୍ଗମ ଅଞ୍ଚଳରେ ଲୋକେ ନିଜ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ବ୍ୟତୀତ ଏମିତିକି ଅଫିସମାନଙ୍କରେ ମଧ୍ୟ ଅଧିକତର ଏହି ବିଏସଏନଏଲ ନେଟର ବ୍ୟବହାର କରୁଛନ୍ତି। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି ଏହି କମ୍ପାନୀ ଲୋକଙ୍କୁ ଠିକରେ ସେବା ଯୋଗାଇ ପାରୁନାହିଁ। ଅଧିକାଂଶ ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟରେ ବିଏସଏନଏଲ ନମ୍ବର ଜଡିତ ଥିବାରୁ ଓଟିପି ନ ଆସିଲେ ବ୍ୟାଙ୍କ ଟ୍ରାନ୍‌ଜାକ୍ସନ ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି ଓ ଆଜିକୁ ୧୦ ଦିନ ହେଲା ନେଟ କାମ ହୋଇପାରୁନାହିଁ। ତେଣୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଲାଞ୍ଜିଗଡ଼ ବ୍ଲକର ମୂଷାନାଳ, ବନ୍ଧପାରି, ମାଣ୍ଡିଆରୁଚା, ସିଦ୍ଧିପଦର ଓ ଗୋଇଚର୍ଚ୍ଚା ଏହି ୫ ଗୋଟି ସ୍ଥାନରେ ବିଏସଏନଏଲ ଟାୱାର ରହିଥିଲେ ମଧ୍ୟ ୧୦ ଦିନ ହେଲା ୭ ହଜାରରୁ ଅଧିକ ବିଏସଏନଏଲ ଉପଭୋକ୍ତା ନେଟୱର୍କ ସେବାରୁ ବଞ୍ଚିତ ରହିଛନ୍ତି।ନେଟ କାମ ଥିଲେ ଲୋକେ ହାତିଶାଳ ଘାଟି କୁ ଆସି ନିଜ କାମ କରୁଥିବା ଦେଖିବାକୁ ମିଳୁଛି। ଡିଜିଟାଲ ଯୁଗରେ ପିଲାଙ୍କ ପାଠପଢା ପାଇଁ ଏବଂ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡ଼ିଲେ ବହୁତ ଅସୁବିଧା ଭୋଗୁଛନ୍ତି ନେଟୱର୍କ ନଥିଲେ ଓ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରିଛନ୍ତି ହେଲେ ସରକାରୀ ବାବୁଙ୍କ ଇଛା ଶକ୍ତିର ଅଭାବ ଯୋଗୁଁଁ ତାହା ବାଟବଣା ହେବାରେ ଲାଗିଛି। ଯେତେ ଅଭିଯୋଗ କଲେ ମଧ୍ୟ ଦେଖ ଶୁଣ ଚୁପରୁହ ନୀତିରେ ଚାଲିଛି। ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଏ ବିଷୟରେ ନେଟୱର୍କ ବିଭାଗର ରମାକାନ୍ତ ପ୍ରାମାଣିକଙ୍କୁ ପଚାରିବାରୁ ଆମକୁ ଅଭିଯୋଗ ଆସିଛି।କିନ୍ତୁ ରାସ୍ତା କଡରେ ନିଆଁ ଲଗାଇ ଦେଇଥିବା ଯୋଗୁଁଁ କେତେ ବାଟ କେବୁଲ ପୋଡି ଯାଇଛି।କେବୁଲ ଦାୟିତ୍ୱ ଓପିଡିସିଏଲ ନାମକ ଏକ କମ୍ପାନୀ ନେଇଛି। ଶୀଘ୍ର କରିବା ପାଇଁ କହିଛୁ। କିନ୍ତୁ ସେ ବିଳମ୍ବ କରୁଛି ବୋଲି ପ୍ରକାଶ କରିଥିଲେ। ଘାଟି ଅଞ୍ଚଳବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଏହାକୁ ନେଇ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇ ଏକ ବଡ଼ ଧରଣର ଆନ୍ଦୋଳନ କରିବୁ ବୋଲି ଲୋକେ ପ୍ରକାଶ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories