www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ଲକ ଡାଉନ : ମହୁଲ ଦେଉନି ମୂଲ

ଲାଞ୍ଜିଗଡ : ଓଡିଶାରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାର ନିର୍ଭର କରନ୍ତି। ସମୟ ଅନୁସାରେ ଜଙ୍ଗଲରୁ ମିଳୁଥିବା ବନଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଜିବୀକା ନିର୍ବାହ କରିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଅନେକ ଗୁଡିଏ ଗାଁ ମହୁଲ ସଂଗ୍ରହ କରିଥାଆନ୍ତି ଫେବୃଆରୀ ଶେଷ ସପ୍ତାହରୁ ମହୁଲ ସଂଗ୍ରହ ଆରମ୍ଭ ହୋଇଥାଏ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଗୋଟାଳି ମାନେ ମହୁଲ ବିକ୍ରି କରନ୍ତି ହେଲେ ଚଳିତ ବର୍ଷ କରୋନାର ଲକ୍‍ଡାଉନ୍‍ କଟକଣା ମହୁଲ ସଂଗ୍ରହ ଉପରେ ପ୍ରଭାବ ପକେଇଛି। ଲକ୍‍ଡାଉନ୍‍ କଟକଣା ଯୋଗୁଁ ଲୋକ ମାନେ ଅନ୍ୟ ରୋଜଗାର ନପାଇ ଜଙ୍ଗଲ ଓ ନିଜସ୍ୱ ଜମିରେ ଥିବା ଗଛଗୁଡିକ ମହୁଲ ଫୁଲ ଫୁଟାଇଛନ୍ତି। ଲାଞ୍ଜିଗଡ ବ୍ଲକର ଘାଟି ଅଞ୍ଚଳରେଥିବା ବେଡାଗାଁ, କୁମଖାଲ, ତ୍ରିଲୋଚନପୁର, କାନକୁଟ୍ରୁ, ବେନଗାଁ, ପାହାଡପଦର, ଲାଖବାହାଲି, ମାଳିଯୁବାଙ୍ଗ, ଗୁଣ୍ଡୁରୀ ଏଭଳି ୨୬ ଗୋଟି ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁର ଲୋକମାନେ କିଛି ରୋଜଗାର ହେବା ଆଶଙ୍କାରେ ସକାଳ ୫ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି। ପିଲା ଠାରୁ ବୁଢା ଓ ଘରର ସ୍ତ୍ରୀ ଲୋକମାନେ ମଧ୍ୟ ଦିନତମାମ ଜଙ୍ଗଲରେ ରହି ମହୁଲ ଫୁଲ ସଂଗ୍ରହ କରିବାରେ ଲାଗି ପଡିଛନ୍ତି। ହେଲେ ଏତେ ପରିଶ୍ରମ ସତ୍ୱେ ମଧ୍ୟ କିଛି ଲାଭ ମିଳୁ ନଥିବା ଅଭିଯୋଗ ହୋଇଛି।

ଲକ୍‍ଡାଉନ୍‍ କଟକଣା ଯୋଗୁଁ ଏ ପର୍ଯ୍ୟନ୍ତ ବଜାର ଦର ନିର୍ଦ୍ଧାରଣ କରାଯାଇ ନାହିଁ। ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ମହୁଲ କିଣାବିକା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ବର୍ତ୍ତମାନ ମହୁଲ ଗୋଟାଉ ଥିବା ପରିବାର ସବୁ ଚିନ୍ତାରେ ପଡିଯାଇଛନ୍ତି। ସେମାନେ ବାଧ୍ୟ ହୋଇ ସ୍ଥାନୀୟ ଦଲାଲଙ୍କ ହାବୁଡରେ ପଡିଛନ୍ତି। ଦଲାଲମାନେ କମ ଦାମ ଦେବାସହ ତେଲ, ଲୁଣ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦେଇ ମହୁଲ ନେଇଯାଉଛନ୍ତି। ସେମାନେ ସଂଗ୍ରହକାରୀଙ୍କ ଠାରୁ ମହୁଲ କେଜି ପ୍ରତି ୧୦ ରୁ ୧୫ ଟଙ୍କାରେ କିଣି ଦେଶୀ ମଦ ଭାଟି ମାନଙ୍କୁ ଚଡା ଦରରେ ବିକ୍ରି କରୁଛନ୍ତି। କରୋନା କଟକଣା ଯୋଗୁଁ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହୋଇପାରୁ ନାହିଁ। ରାଜ୍ୟ ବାହାର ବ୍ୟବସାୟୀ ନ ଆସିବାରୁ ସ୍ଥାନୀୟ ଭାଟି ମାଲିକ ଓ ତାଙ୍କ ଦଲାଲ ମାନେ ସକ୍ରିୟ ହୋଇପଡିଛନ୍ତି। ଏ ନେଇ ଜିଲାପରିଷଦ ସଭ୍ୟ ଉପେନ୍ଦ୍ର କୁମାର ରାଉତ କହିଛନ୍ତି କରୋନା କଟକଣାଥିବା ସମୟରେ ନିୟମ ପାଳନ କରି ମଧ୍ୟ ମହୁଲ କିଣାଯାଇ ପାରିବ। ସରକାର ଅନୁମତି ଦେଲେ ପଞ୍ଚାୟତ ପକ୍ଷରୁ ମହୁଲ କିଣାଯାଇ ଗଚ୍ଛିତ ରଖାଯିବ ଏମିତି କଲେ ମହୁଲ ଗୋଟାଳି ମାନେ ଉଚିତ ଦର ପାଇପାରିବେ। କୋରୋନା ମୁକାବିଲା ନେଇ ସବୁ କାମ ଠପ ହୋଇ ଯାଇଥିବା ବେଳେ ସେମାନଙ୍କୁ ଏହି ମହୁଲ ଉଚିତ୍‍ ଦରରେ ବିକ୍ରି କଲେ ସେମାନେ ଲାଭବାନ ହୋଇପାରିବେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories