www.samajalive.in
Wednesday, December 10, 2025
15.1 C
Bhubaneswar

ଜଣଙ୍କୁ କଚାଡି ମାରିଲା ଯଶୋଦା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

ଅନୁଗୁଳ: ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟ ସତେ ଯେମିତି ରକ୍ତମୁଖା ହେଇଯାଇଛି । ସୁନ୍ଦରୀ ଅପରେସନ ସଫଳ ହେବାର ମାତ୍ର କିଛି ଦିନ ପରେ ଶାତକୋଶିଆ ଅଭୟାରଣ୍ୟରେ କୁମୁକି ହାତୀ ଯଶୋଦା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେଇଛି। ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ବାଘୁଣୀକୁ କାବୁ କରିବାପାଇଁ ଆସିଥିବା କୁମୁକି ହାତୀ ଯଶୋଦା ଆଜି ପୁରୁଣାକୋର୍ଟ ମାଟିଆ ସାହି ଗ୍ରାମର ଜଣେ ଯୁବକଙ୍କୁ କଚାଡି ମାରିଛି ।ମୃତକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ସୁଧୀର ପ୍ରଧାନ । ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ପୁରୁଣାକୋର୍ଟ ରେଞ୍ଜ ଅଫିସ ପରିସରରେ ରହୁଥିବା ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେବା ସମୟରେ ସୁଧୀର ପ୍ରଧାନକୁ ଟାଣିନେଇ ହାତୀ ଯଶୋଦା କଚାଡି ମାରିଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ବାବଦରେ ମୃତକ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଥିବା ବେଳେ ତତ୍କାଳ ୪୦ ହଜାର ଟଙ୍କା ସାହାଯ୍ୟ ଦିଆଯାଇଛି । ଏନେଇ ଅନୁଗୋଳ ଡିଏଫଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସାତକୋଶିଆରେ ଆତଙ୍କ  ବାଘୁଣୀ ‘ସୁନ୍ଦରୀ’ଙ୍କୁ ଟ୍ରାଙ୍କୁଲାଇଜ କରିବା ପାଇଁ ବିଶେଷଜ୍ଞ ଟିମ ବିଫଳ ହେବା ପରେ ଶେଷରେ ଯଶୋଦାର ସହାୟତା ନିଆଯାଇଥିଲା । ଯଶୋଦା ପିଠି ଉପରେ ବସି  ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଯଶୋଦାକୁ ଚନ୍ଦକାରୁ ସାତକୋଶିଆ ନିଆଯାଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories