ହିନ୍ଦୁ ମାନ୍ୟତା ଅନୁଯାୟୀ, କୁବେରଙ୍କୁ ଧନ ଓ ସମୃଦ୍ଧିର ଦେବତା। କୁହାଯାଏ ଯେଉଁ ବ୍ୟକ୍ତି ବିଶେଷଙ୍କ ଉପରେ କୁବେରଙ୍କ ଆଶୀର୍ବାଦ ରହିଥାଏ, ଆର୍ଥିକ କ୍ଷେତ୍ରରେ ସମସ୍ୟା ହୋଇନଥାଏ। ଅଭାବ ହୋଇନଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ତେଣୁ ଧନର ଦେବତା କୁବେରଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସହଜ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ..
ବାସ୍ତୁ ଅନୁଯାୟୀ, ଉତ୍ତର ଦିଗ କୁବେରଙ୍କ ଦିଗ। ତେଣୁ ଘରର ଆଲମିରା ଦ୍ୱାର ସର୍ବଦା ଉତ୍ତର ଦିଗକୁ ଖୋଲିବା ଆବଶ୍ୟକ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଆନ୍ତି। ତାଙ୍କ ଆଶୀର୍ବାଦ ରହିଥାଏ।
ବାସ୍ତୁ ଅନୁଯାୟୀ ନଡିଆ ବେଶ ଶୁଭଙ୍କର। ଏହା ବିନା କୌଣସି ପୂଜାପର୍ବ ସମ୍ପୂର୍ଣ୍ଣ ହୋଇନଥାଏ। ନଡିଆକୁ ଠାକୁରଙ୍କ ଘରେ ରଖିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ। ଏଥିରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ଠାକୁର ଘରେ ଶ୍ରୀଯନ୍ତ୍ର ଓ ମହାଲକ୍ଷ୍ମୀ ଯନ୍ତ୍ରକୁ ମଧ୍ୟ ରଖିପାରିବେ। ଏହାଦ୍ୱାରା ଭଗବାନ କୁବେରଙ୍କ ଓ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। ଘରେ ଧନସମ୍ପତ୍ତି ବୃଦ୍ଧି ସହ ସୁଖଶାନ୍ତି ସର୍ବଦା ରହିଥାଏ।
କଇଁଛର ସମ୍ବନ୍ଧ ଭଗବାନଙ୍କ ବିଷ୍ଣୁଙ୍କ ସହ ରହିଛି ବୋଲି ମାନ୍ୟତା ରହିଛି। ତେଣୁ ଧାତୁର କଇଁଛ ଘରେ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଆୟୁ ବୃଦ୍ଧି ହୋଇଥାଏ। ଏହି କଇଁଛକୁ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ। ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଗୋମତୀ ଚକ୍ରକୁ ଲାଲ କପଡାରେ ବାନ୍ଧି ଘରେ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଗୋମତୀ ଚକ୍ରକୁ ବାସ୍ତୁ ଶାସ୍ତ୍ରରେ ଖୁବ ଶୁଭ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ ଘରେ ଗୋମତୀ ଚକ୍ର ରଖିବା ଦ୍ୱାରା ନକରାତ୍ମକ ଶକ୍ତି ସମାପ୍ତ ହୋଇଥାଏ। ଘରେ ସୁଖଶାନ୍ତି ସର୍ବଦା ବାସ କରିଥାଏ।
ଏହି ସରଳ ଉପାୟରେ ପ୍ରସନ୍ନ ହେବେ କୁବେର : ହେବ ଧନବର୍ଷା..
Popular Categories



