
ପୁଣି ତେଜିଲା କୋଶଳ ରାଜ୍ୟ ଗଠନ ଦାବି

ରେଙ୍ଗାଲିକ୍ୟାମ୍ପ: ପଶ୍ଚିମ ଓଡ଼ିଶା କୋଶଳ କ୍ରାନ୍ତି ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନକୁ ନେଇ କୋଶଳ ରାଜ୍ୟ ଗଠନର ଦାବି କରିଛି। ଏ ନେଇ ବରଗଡ଼ ଜିଲ୍ଲା ପାଇକ ମାଲ ବ୍ଲକ୍ ନୃସିଂହ ନାଥ ମହାପ୍ରଭୁଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଆଶୀର୍ବାଦ ଭିକ୍ଷା ନେଇ ଗତ ୨୦ ତାରିଖରୁ କୋଶଳ ସେନାର ପଦଯାତ୍ରା ଆରମ୍ଭ ହୋଇଛି। ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ପାଇଁ ଗତ ୨୦ତାରିଖ ନୃସିଂହନାଥ ମନ୍ଦିରରୁ ୧୬୫କିଲୋମିଟର ପଦଯାତ୍ରାରେ ବାହାରି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଦ୍ବାରସ୍ଥ ହୋଇ ଆମର ହକ ଆମକୁ ଦିଅ,କୋଶଳ ରାଜ୍ୟ ଆମର ଦାବୀ ନାରା ଦେଇ ଦାବୀ ଜଣାଇଛନ୍ତି। ଏଥିରେ ଶହ ଶହ କୋଶଳ ସେନା ସାମିଲ ହୋଇଛନ୍ତି।
Comments are closed.