ଭୁବନେଶ୍ୱର : ଓଡିଶାରେ ପୁଣି ପୁଞ୍ଜିନିବେଶ କରିବା ପାଇଁ ଦକ୍ଷିଣ କୋରିଆ ମନ ବଳାଇଛି । ଏନେଇ ସୋମବାର ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ଓଡିଶାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ କୋରିଆ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଛନ୍ତି । କୃଷି, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ଦକ୍ଷିଣ କୋରିଆ ପୁଞ୍ଜି ନିବେଶ କରିବ ବୋଲି ଆଲୋଚନା ହୋଇଛି । ସରକାରଙ୍କର ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି । ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରିର ସୁଯୋଗ ମିଳିବ ଏବଂ ଓଡିଶାବାସୀ ଉପକୃତ ହେବେ ବୋଲି ବୈଠକ ପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିଥିଲେ ।
Popular Categories



