ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଅଷ୍ଟମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଶୁକ୍ରବାର ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ମନୀଷା ମେରେଲ ଲମ୍ବଡ଼ିଅାଁରେ ସ୍ବର୍ଣ୍ଣ, ସମ୍ବଲପୁର ମହିଳା ହକି ଦଳ ରୌପ୍ୟ, କିଟ୍ ବିଶ୍ବବିଦ୍ୟାଳୟ ମହିଳା ରଗ୍ବୀ ଦଳ ସ୍ବର୍ଣ୍ଣ, ପୁରୁଷ ରଗ୍ବୀ ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଗୁରୁବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମନୋଜ କୁମାର ସାହୁ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ବୁଧବାର ଦଳଗତ ପୁରୁଷ ରିକର୍ଭ ରାଉଣ୍ଡରେ ରଞ୍ଜିତ ନାୟକ, ଶ୍ରବଣ ମାଡାଙ୍ଗୀ ଓ ସୂର୍ୟ୍ୟକାନ୍ତ ମାଝି ସ୍ବର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ ନାୟକ ରୌପ୍ୟ ଓ ଭାରୋତ୍ତୋଳନରେ କାମ୍ବେଶ୍ବର ମଲ୍ଲିକ ବ୍ରୋଞ୍ଜ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରମିଳା କିର୍ଷାନୀ ମହିଳା ଭାରୋତ୍ତୋଳନରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ।
Popular Categories



