www.samajalive.in
Wednesday, December 10, 2025
14.1 C
Bhubaneswar

ରୋଷେଇ ଘରେ ଶେଷ ହେବାକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ

ସଭିଁଙ୍କ ପାଇଁ ଘରର ରୋଷେଇ ଘର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହି ସ୍ଥାନ ସଭିଁଙ୍କ ଭାଗ୍ୟ ସହ ଜଡିତ ବୋଲି ମଧ୍ୟ କୁହାଯାଏ। ଏହା ଘରର ସୁଖଶାନ୍ତି ଓ ସମୃଦ୍ଧି ସହ ମଧ୍ୟ ଜଡିତ। କୁହାଯାଏ ରୋଷେଇ ଘରେ ଏପରି କିଛି ଜିନିଷ ରହିଛି,ଯାହାକୁ ଆଦୌ ଶେଷ ହେବାକୁ ଦିଅନ୍ତୁ ନାହିଁ। ଏହି ଜିନିଷ ଶେଷ ହେଲେ ନକରାତ୍ମକ ପ୍ରଭାବ ପଡିବା ସହ ଧନର ଅଭାବ ଲାଗି ରହିଥାଏ। ଜାଣନ୍ତୁ ସେହି ୫ଟି ଜିନିଷ ବିଷୟରେ….
କିଛି ଘରେ ଏପରି ଦେଖିବାକୁ ମିଳିଥାଏ, ରୋଷେଇ ଘରର ଅଟା ଡବା ସମ୍ପୂର୍ଣ୍ଣ ଖାଲି ହୋଇ ଯିବା ପରେ ହିଁ ନୂଆ ଅଟା କିଣି ଥାଆନ୍ତି। ଆପଣ ଯଦି ଏଭଳି କରୁଛନ୍ତି,ତେବେ ସାବଧାନ ହୋଇ ଯାଆନ୍ତୁ। ଅଟା ସମ୍ପୂର୍ଣ୍ଣ ଭାବେ ଶେଷ ହେବା ପୂର୍ବରୁ ନୂଆ ଅଟା କିଣି ଆଣନ୍ତୁ। କଦାପି ସମ୍ପୂର୍ଣ୍ଣ ଭାବେ ଶେଷ କରି ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଧନର ଅଭାବ ଓ ସମ୍ମାନ ହାନୀ ହୋଇଥାଏ।
ରୋଷେଇ ଘର ମସଲାରେ ସାମିଲ ଥିବା ହଳଦୀ ଏକ ଅତ୍ୟାବଶ୍ୟକ ଜିନିଷ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଳଦୀ ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ଜଡିତ। ରୋଷେଇ ଘରେ ହଳଦୀ ଶେଷ ହେବା ଦ୍ୱାରା ଗୁରୁ ଦୋଷ ଲାଗିବା ସହ ସମାନ ହୋଇଥାଏ। ଏହାଦ୍ୱାରା ଧନର ଅଭାବ ଲାଗି ରହିବା କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ତେଣୁ ହଳଦୀ ଶେଷ ହେବା ପୂର୍ବରୁ ଏହାକୁ କିଣି ଆଣନ୍ତୁ। ହଳଦୀର ଅଭାବ ହେଲେ ଶୁଭକାର୍ଯ୍ୟ ହେବାରେ ବିଳମ୍ବ ଓ ବାଧା ହୋଇଥାଏ। କାହା ଠାରୁ ହଳଦୀ ମାଗି କରି ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ।
କିଛି ଲୋକେ ଚାଉଳ କେବଳ ନିଜ ଆବଶ୍ୟକତା ଅନୁଯାୟୀ ଘରେ ରଖନ୍ତି। ସମ୍ପୂର୍ଣ୍ଣ ଶେଷ ହେବା ପରେ କିଣି ଆଣନ୍ତି। ମାତ୍ର ଭୁଲରେ ମଧ୍ୟ ଏପରି କରନ୍ତୁ ନାହିଁ। ଚାଉଳ ସମ୍ବନ୍ଧ ଶୁକ୍ର ଗ୍ରହଙ୍କ ସହ ଜଡିତ। ଚାଉଳ ଶେଷ ହୋଇଯିବା ଶୁକ୍ର ଦୋଷ ଲାଗିବା ସହ ସମାନ। ଶୁକ୍ରଦୋଷ ଲାଗିବା ଦ୍ୱାରା ପତି-ପତ୍ନୀ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ତେଣୁ ଘରେ ଚାଉଳ ଶେଷ ହେବା ପୂର୍ବରୁ କିଣି ଆଣନ୍ତୁ।
ରୋଷେଇ ଘରେ ଲୁଣ ଶେଷ ହେଲେ ଖାଦ୍ୟ ପ୍ରସ୍ତୁତ କରିବା ଅସମ୍ଭବ। ଲୁଣ ସମ୍ବନ୍ଧ ରାହୁ ଗ୍ରହ ସହ ଜଡିତ ବୋଲି କୁହାଯାଏ। ତେଣୁ ଲୁଣ ଶେଷ ହେଲେ ଜୀବନରେ ଏହାର କୁପ୍ରଭାବ ପଡିଥାଏ। ଆର୍ଥିକ ସମସ୍ୟା ସୃଷ୍ଟି ହେବା ସହ ଅନ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ଲୁଣ ଶେଷ ହେବାକୁ ଦିଅନ୍ତୁ ନାହିଁ। ଲୁଣ ମାଗନ୍ତୁ ନାହିଁ କିମ୍ବା ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
ଖାଦ୍ୟ ପ୍ରସ୍ତୁତି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ। ଅଧିକାଂଶ ସମୟରେ ଘରେ ତେଲ ସମ୍ପୂର୍ଣ୍ଣ ଶେଷ ହେବା ପରେ କିଣି ଆଣନ୍ତି। ମାତ୍ର ଏପରି କରନ୍ତୁ ନାହିଁ। ସୋରିଷ ତେଲ ଶେଷ ହେବା ପୂର୍ବରୁ ହିଁ ଘରକୁ କିଣି ଆଣନ୍ତୁ। ସୋରିଷ ତେଲ ଶନି ଗ୍ରହଙ୍କ ସହ ଜଡିତ। ତେଣୁ ଘରେ ସୋରିଷ ତେଲ ଶେଷ ହେବା ପୂର୍ବରୁ କିଣନ୍ତୁ ଓ ଶନିବାର ସୋରିଷ ତେଲ ଦାନ କରନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories