ଗଛ ଉପରେ ଅହିରାଜ, ଭିଡିଓ ଦେଖିଲେ ଭୟ ଲାଗିବ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଅହିରାଜ ନଜର ଆସୁଛି । ସାପଟି ଏକ ଗଛ ଉପରେ ଚଢିଥିବା ନଜର ଆସୁଛି । ନିଜ ଫଣା ମେଲାଇ ଚାରିଆଡେ ନଜର ପକାଉଥିବାର ଏହି ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରୁଛି ।

 

View this post on Instagram

 

A post shared by Mahesh Salve (@_mahesh_salve__)

ଭିଡିଓଟି ଭାଇରାଲ ହେବା ପରେ ଏଥିରେ ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି । ସମସ୍ତେ ଏପରି ଭୟଙ୍କର ରୂପ ଦେଖି ଭୟ କରୁଛନ୍ତି । ସାଧାରଣତଃ ଅହିରାଜ ଭୂମିରେ ଚଳପ୍ରଚଳ କରୁଥିବା ନଜର ଆସେ । କିନ୍ତୁ ଗଛ ଉପରେ ଏପରି ନଜର ପକାଉଥିବାର ଦୃଶ୍ୟ ଦେଖି ସାପ ନିଜ ଶିକାରକୁ ଅପେକ୍ଷା କରିଛି ବୋଲି ୟୁଜର୍ ପ୍ରତିକ୍ରିୟା ରଖୁଛନ୍ତି ।

ଗଛ ଉପରେ ଚଢି ଫଣା ମେଲାଇବା କେବଳ ବିପଦର ଏକ ସଙ୍କେତ ନୁହେଁ, ବର ଅହିରାଜ ନିଜ ଉପସ୍ଥିତି ଜାହିର କରିବା କୁହାଯାଉଛି । କିଛି ବିଶେଷଜ୍ଞଙ୍କ କହିବାନୁସାରେ ଯେତେବେଳେ ସାପଟି ସତର୍କ ଥିବ ବା ନିଜ ଅଞ୍ଚଳର ରକ୍ଷା କରୁଥିବା ସେବେ ତାର ଏଭଳି ବ୍ୟବହାର ଦେଖିବାକୁ ମିଳିବ । ଏହି ଭିଡିଓ କେବଳ ଏକ ରୋମାଞ୍ଚକର ଭିଡିଓ ନୁହେଁ ବରଂ ଜଙ୍ଗଲରେ ଲୁଚି ରହିଥିବା ଅନେକ ରହସ୍ୟ ଓ ବିପଦର ଝଲକ ମଧ୍ୟ ଦେଖାଉଛି ।

Comments are closed.