www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ ରହିବ ଢୁଢେଶ୍ୱର ମହାଦେବଙ୍କ ସାଧାରଣ ଦର୍ଶନ : ବାରୁଣୀ ସ୍ନାନ ପୂଜା , ମେଳା ବାତିଲ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ନିକଟସ୍ଥ ଢୁଢେଶ୍ୱର ପୀଠରେ ଚଳିତ ମାର୍ଚ୍ଚ ୨୧ ତାରିଖରେ ମହାଦେବଙ୍କ ବାରୁଣୀ ସ୍ନାନ ପୂଜା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଥମ ଥର ବନ୍ଦ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି ହେବା ପରେ ବାରୁଣୀ ମେଳା ବାତିଲ ହେବା ନେଇ ଲୋକେ ପ୍ରଥମରୁ ନିଶ୍ଚିତ ହୋଇଯାଇଥିବା ବେଳେ ବାବା ଢୁଢେଶ୍ବର ମହାଦେବଙ୍କ ସାଧାରଣ ଦର୍ଶନ ଓ ବାରୁଣୀ ସ୍ନାନ ପୂଜାର ସୁଯୋଗ ମିଳିବ ବୋଲି ଆଶା ପୋଷୋଣ କରିଥିଲେ। ମାତ୍ର ଗୁରୁବାର ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଆଲୋଚନା ପରେ ଶ୍ରଦ୍ଧାଳୁ ମାନେ ପୂଜା କରିପାରିବେନି ବୋଲି ସ୍ପଷ୍ଟ ହୋଇଛି । ଜନସାଧାରଣ ଏଥିପାଇଁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଆଲୋଚନା ସମୟରେ ମାଜିଷ୍ଟ୍ରେଟ ସ୍ୱସ୍ତିକ ସଂକଳ୍ପ ସାହୁ, ଖୁଣ୍ଟା ଆଇଆଇସି ସ୍ୱର୍ଣ୍ଣ ଲତା ମିଞ୍ଜ, କମିଟିର ସଭାପତି ଭରତ ଚନ୍ଦ୍ର ଖିଲାର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଢୁଢେଶ୍ୱର ବାରୁଣୀ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ମହାବାରୁଣୀ ସ୍ନାନ ଯୋଗରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ପୂଜିଥାନ୍ତି। ଉକ୍ତ ଦିନ ଗଙ୍ଗାହର ନଦୀ ଗର୍ଭରେ ପଥର ଶଯ୍ୟାରେ ଜଳସ୍ରୋତର ଦିଗ ପରିବର୍ତ୍ତନ କରାଯାଇ ପଥର କୁଣ୍ଡରୁ ଜଳ ନିଷ୍କାସନ ପରେ ମହାଦେବଙ୍କ ଦିବ୍ୟ ରୂପ ଦର୍ଶନ ସମ୍ଭବ ହୋଇଥାଏ। ଏହି ଗୋଟିଏ ଦିନକୁ ଛାଡି ଦେଲେ ବର୍ଷ ତମାମ ଅନ୍ୟ ଦିନ ମାନଙ୍କରେ ମହାଦେବ ଜଳମଗ୍ନ ଅବସ୍ଥାରେ ପୂଜା ପାଇଥାନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଥିଲେ ମଧ୍ୟ ଜନସାଧରଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ବ୍ୟତିରେକ ଅନ୍ୟପନ୍ଥା ନଥିଲା ବୋଲି ଜନୈକ ଅଧିକାରୀ କହିଛନ୍ତି। ପ୍ରଥମ ଥର ପାଇଁ, କାହିଁ କେଉଁ କାଳରୁ ଚାଲିଆସିଥିବା ମୟୁରଭଞ୍ଜର ଅନ୍ୟତମ ପ୍ରସିଦ୍ଧ ଢୁଢେଶ୍ୱର ମହାଦେବଙ୍କ ବାରୁଣୀ ସ୍ନାନ ପୂଜା, ଚଳିତ ବର୍ଷ ବନ୍ଦ ରହିବା ସହିତ ମେଳା ସ୍ଥଳକୁ ଯୋଡୁଥିବା ସମସ୍ତ ରାସ୍ତା ଗୁଡିକୁ ସିଲ କରାଯାଇ ପୁଲିସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories